ପଟ୍ଟାମୁଣ୍ଡାଇ (ଆମ ଓଡିଶା ଖବର )15/01 ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଧାନେଶ୍ୱରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଗାଦି ଓ କଳ୍କୀ ଅବତାରଙ୍କ ବ୍ରହ୍ମ ଏକାକ୍ଷର ମେଳା ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି ! ପୀଠର ପିଠାଧୀଶ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା,ପ୍ରଶାନ୍ତ ପଣ୍ଡା, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ଗଗନ ମହାଳିକ ଙ୍କ ତତ୍ୱାବଧାନରେ ଓ ମନୋଜ ଧଳ,ପ୍ରତିଶୃତି ଧଳ ଙ୍କ ପୌରାହିତ୍ୟରେ ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ମେଳାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଓ ଜନସାଧାରଣ ଯୋଗଦେଇ ପୂଜା ପାଠ କରିଥିଲେ l ଆୟୋଜିତ ମେଳାରେ କଳ୍ପତରୁ ନାୟକ,ଶିକ୍ଷାବିତ ବିଚିତ୍ରାନନ୍ଦ ବେହେରା, ସୁକାନ୍ତ ରାଉତ, କିଶୋର ରାଉତ,ଆଦିତ୍ୟ ରାଉତ, ପ୍ରବୀର ଜେନା, ନକୁଳ ମଳିକ, ବାବୁରାମ ସେଠି,ଅଙ୍କୁର ସେଠି, ଘନଶ୍ୟାମ ମଳିକ, ନିରଞ୍ଜନ ଧଳ,ଗଗନ ଧଳ, ଭରତ ସାହୁ, ପଦ୍ମନାଭ ନାୟକ ଗୀତାଞ୍ଜଳି ନାୟକ, ମନୋସ୍ୱିନୀ ବିଶ୍ୱାଳ, କୁଳମଣି ଧଳ ପ୍ରମୁଖ ଯୋଗ ଦେଇ ଭଗବତ କାର୍ଯ୍ୟରେ ଭାଗ ନେଇ ଥିଲେ । ପଣ୍ଡିତ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୂଜାର ନୀତିକାନ୍ତି ସମ୍ପର୍ଣ୍ଣ ହୋଇଥିଲା । ଶେଷରେ ମନୋଜ ଧଳ,ପ୍ରତିଶୃତି ଧଳ ପୂର୍ଣ୍ଣ ଆହୁତି ପ୍ରଦାନ କରିଥିଲେ I
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ