ଖଣି ବିଭାଗ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ପସିଲା ଭିଜିଲାନ୍ସ।

କଟକ, :ଆମ ଓଡ଼ିଶା ଖବର” ଭିଜିଲାନ୍ସ ଜାଲରେ ଖଣି ବିଭାଗ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ବାବୁ ଦେବବ୍ରତ କଟକ ଖଣି ବିଭାଗ ଉପନିର୍ଦ୍ଦେଶକ ଭାବେ କାର୍ଯ୍ଯ କରନ୍ତି। କାର୍ଯ୍ଯରତ ସମୟରେ ବାବୁ ଦେବବ୍ରତ ୩୦ ହଜାର ଲାଞ୍ଚ ନେଉଥିବାବେଳେ, ଭିଜିଲାନ୍ସ ହାତରେ ଧରା ପଡିଲେ। ବାବୁ ଦେବବ୍ରତ ଲାଞ୍ଚ ନେବାରେ ମହା ଧୁରନ୍ଧର। ୩୦ ଟଙ୍କା ଲାଞ୍ଚ ନେଉଥିଲେ, କୋଇଲା ଡିପୋ ପାଇଁ। ୩୦ ହଜାର ଟଙ୍କାରୁ ଆରମ୍ଭ ହେଲା ଖୋଳତାଡ। ଭିଜିଲାନ୍ସ ଦେବବ୍ରତ ବାବୁଙ୍କ ବାସଭବନରେ ଚଢ଼ାଉ ବେଳେ ଭିଜିଲାନ୍ସ ହାତରେ ବାଜିଲା ୪ କୋଟି। ଆବାକ ହେଲା ଭିଜିଲାନ୍ସ ଟିମ୍। ନିଜ କାର୍ଯାଳୟରୁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଥିଲା। ପଟିଆରେ ଥିବା ଭଡ଼ା ଘରେ ରେଡ୍‌ କରିଥିଲେ ଭିଜିଲାନ୍ସ ଦଳ। ପଟିଆ ସ୍ଥିତ ଭଡ଼ା ଘରୁ ଟ୍ରଲି ବ୍ୟାଗରୁ ଟଙ୍କା ମିଳିଥିଲା ୪ କୋଟି ୨୭ଲକ୍ଷ ୧୩ ହଜାରରୁ ଅଧିକ ଟଙ୍କା ଜବତ। ଦେବବ୍ରତ ମହାନ୍ତିଙ୍କୁ ଗିରଫ କରାଯାଇଛି।

ପୂର୍ବରୁ ତାଙ୍କ ନାଁରେ ଭିଜିଲାନ୍ସରେ କେସ୍‌ ରୁଜୁ ହୋଇ ସାରିଛି। ପାହାଳରେ ୨ ମହଲା ବିଶିଷ୍ଟ ଘର ତିଆରି ଚାଲିଛି। କନ୍ଧମାଳରେ ୨ ବର୍ଷ ଚାକିରି କରିଥିଲେ। ଜାନୁଆରୀରେ କଟକକୁ ଟ୍ରାନ୍ସଫର ହୋଇଥିଲା ବାବୁ ଦେବବ୍ରତ ଙ୍କର। ୧୦ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। ଖଣି ବାବୁଙ୍କ ଟଙ୍କା ନେଇ ଭିଜିଲାନ୍ସ ଏସ୍‌ପିଙ୍କ ସୂଚନା।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!