ସେବା ନିବୃତ୍ତ  ଶିକ୍ଷୟିତ୍ରୀ  ସମ୍ବର୍ଦ୍ଧିତ l

ପୁରୀଜିଲ୍ଲା (ଆମ ଓଡ଼ିଶା ଖବର) ଡେଲାଙ୍ଗ ତା ୨୮-୨-୨୬ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖୀ ରାମଚନ୍ଦ୍ର ପୁର ସ୍ଥିତ ସର୍ବପଲ୍ଲୀ ନୋଡାଲ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁଳା ବାଳା ଚୌଧୁରୀଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ସମାରୋହ  ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଡେଲାଙ୍ଗ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶତ୍ରୁଘ୍ନ ବେହେରା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ବରାଳ ଉତ୍ସବରେ ସଭାପତିତ୍ୱ କରିଥିଲେ।ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଗାମ୍ବର ରଥ, କୃଷ୍ଣଚନ୍ଦ୍ର ମହାରଣା, ସି ଆର ସି ସି କ୍ଷେତ୍ର ମୋହନ ଆଳୁକ, ପୂର୍ବତନ ସି ଆର ସି ସି ନିରଞ୍ଜନ ସାହୁ,  ଦୁଃଶାସନ ସାହୁ, ଆଲୁମିନା କମିଟି ମୁଖ୍ୟ ଡ଼ ସୁରେନ୍ଦ୍ର ସାହୁ, କ୍ରୀଡା ଶିକ୍ଷକ ନଟବର ଦାସ ଯୋଗ ଦେଇଥିବା ବେଳେ କୈଳାସ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ପ୍ରଦାନ ଶିକ୍ଷକ ଶ୍ରୀ ବରାଳ ଅତିଥି ମାନଙ୍କ ପରିଚୟ କରିବା ସହ  ସ୍ୱାଗତ କରିଥିଲେ। ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଅଙ୍ଗବସ୍ତ୍ର ଓ ଉପଢୌକନ ଦେଇ ଶ୍ରୀମତୀ ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଙ୍କ ବକ୍ତବ୍ୟରେ ମଞ୍ଜୁବାଳାଙ୍କ ଗୁଣ ଗାନ କରିବା ସହ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ଉଷା ଗୁରୁମା, ପଲ୍ଲବୀ ଗୁରୁମା, ବିଷ୍ନୁପ୍ରିୟାଙ୍କ ସମେତ ବିଦ୍ୟାଳୟରସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଉତ୍ସବସରେ ସହଯୋଗ କରିଥିଲେ।ଡେଲାଙ୍ଗରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!