ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l

କୋଦଳା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଗତ 18/02/2026 ତାରିଖରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଶନିବାର ଦିନ ଉଦଯାପିତ ହୋଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଟ୍ରେନିଂ ସଂଯୋଜିକା ଶ୍ରୀମତୀ ଅପରାଜିତା ପାତ୍ର କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବିଷୟରେ କହିଥିଲେ । ମହାବିଦ୍ୟାଳୟର ଅଧକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ କୋଦଳା ବିଜ୍ଞାପିତ ଅଂଚଳ ପରିଷଦ ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଯୋଗ ଦେଇ ଆତ୍ମସୁରକ୍ଷା କୌଶଳ ତାଲିମ ସରକାରଙ୍କର ସଫଳ ପ୍ରୟାସ ଉପରେ ମତବ୍ୟକ୍ତ କରିଥିଲେ । ନଗରପାଳ ଙ୍କ ସମେତ ଅଧ୍ୟକ୍ଷ ଏ କାର୍ଯ୍ୟକ୍ରମ ଛାତ୍ରୀମାନଂକର ବିପଦ ସମୟରେ ସହାୟକ ହେବ କହିଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ରଞ୍ଜୁବାଳା ନନ୍ଦ, ପ୍ରଶାସନିକ ଅଧିକାରୀ, ଶ୍ରୀ ବିନୋଦ କୁମାର ମିଶ୍ର, ଏକାଡେ଼ମିକ ବର୍ସର, ଅନ୍ତର୍ନିହିତ ଗୁଣାବଳୀ ବର୍ଧକ ସଂଯୋଜକ ଶ୍ରୀ ସପନ କୁମାର ଦାଶ ଏ କାର୍ଯ୍ୟକ୍ରମ ଛାତ୍ରୀ ମାନଙ୍କ ଆବଶ୍ୟକ ସମୟରେ କାମରେ ଆସିବ ସମ୍ପର୍କେ କହିଥିଲେ । ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଗଣିତ ବିଭାଗୀୟ ଅଧ୍ୟାପିକା ସଭାମଞ୍ଚ କୁ ସଂଚାଳନ କରିଥିଲେ । ପ୍ରଶିକ୍ଷିକା ଶ୍ରୀମତୀ ଭାରତୀ ଗୌଡ଼ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!