ଖୋରଧା: “ଆମ ଓଡ଼ିଶା ଖବର” ୩ ମାର୍ଚ୍ଚରେ, ଶ୍ରୀଚୈତନ୍ୟ ରିସର୍ଚ ଆସୋସିଏସନ୍ ପକ୍ଷରୁ ଶ୍ରୀ ଚୈତନ୍ଯ ବିହାର ଠାରେ ଶ୍ରୀ ନାମ ଓ ଯୁଗାବତାରୀ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କ ୫୪୦ ତ୍ତମ ପୂର୍ତ୍ତୀ ଅବସରରେ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଖୋରଧା ଅଞ୍ଚଳର ପଲ୍ଲା, ଗୁଡୁମ, ବାଜପୂର୍, ନିମବସନ୍ତ୍, ଜାଗ ସରା, ମେଣ୍ଢାସାଳ ଆଦି ସ୍ଥାନରେ ଥିବା ଶ୍ରୀ ଚୈତନ୍ୟ ମନ୍ଦିରରେ ରାଧାକୃଷ୍ଣଙ୍କ ଦୋଳ ଉତ୍ସବ ଓ ଗୌର ଜନ୍ମ ସଙ୍କିର୍ତନ ହେବା ସହ ମୁକ୍ତାପୂର ଠାରେ ୧୫୦ ବର୍ଷ ଧରି ଚାଲିଥିବା ଶ୍ରୀଚୈତନ୍ଯ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଚୈତନ୍ୟ ବିହାରରେ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହଙ୍କୁ ଦୋଳବେଦିରେ ବିଜେ କରା ଯାଇ ଶ୍ରୀ ଗୌରାଙ୍ଗ ସ୍ମରଣ ମଂଗଳ ସ୍ତୋତ୍ର, ଶ୍ରୀଚୈତନ୍ୟ ଚାଳିଶା ସାମୁହିକ ଓ ଗୌର ମହିମା କୀର୍ତନ୍ ହେବା ସହ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ୍ ର ବାର୍ଷିକ ପତ୍ରିକା “ଶ୍ରୀଗୌର ଜଗନ୍ନାଥ” ଖୋରଧାର ପ୍ରାଚୀନ ଭକ୍ତ କବି ଭିମ ଦାସଙ୍କ “ଶ୍ରୀ ହରି ଭକ୍ତି ଚନ୍ଦ୍ରୋଦୟ” ତଥା ମହାନ୍ ସନ୍ଥ “ଶ୍ରୀ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ୍ ହୋଇ ଥିଲା। ସନ୍ଧ୍ୟାରେ ଶ୍ରୀଗୌର ଜଗନ୍ନାଥ ପୂଜା ଅଭିଶେକ ଶ୍ରୀ ଚୈତନ୍ଯଭ।ଗବତ ଓ ଚୈତନ୍ଯ ଚରିତମୃତ ପାରାୟଣ ହୋଇଥିଲା। ଏହି କର୍ୟକ୍ରମାରେ ପଣ୍ଡିତ ଗୋପବନ୍ଧୁ ପଣ୍ଡା, ଶ୍ରୀ ଚୈତନ୍ଯ ଗବେଷକ ଜାନକୀ ବଲ୍ଲଭ ପଟ୍ଟନାୟକ, ଜଗଦୀଶ ପ୍ରସାଦ ପଟ୍ଟନାୟକ, ଅଶୋକ କୁମାର ପଟ୍ଟ ନାୟକ, ବୋଧାୟନ୍ ମହାରାଜ, ଅନନ୍ତ ହରି ମହାରାଜ, ସନ୍ତୋଷୀ ସାହୂ, କାଦମ୍ବିନୀ ସାମନ୍ତରାୟ, ଶିଶିର ରାଉତ, ସର୍ବେସ୍ଵର୍ ପଟ୍ଟନାୟକ, ପ୍ରବଚକ ଜିତେନ୍ଦ୍ରିୟ ପ୍ରଧାନ ଯୋଗ ଦେଇଥିଲେ। ଏହି କର୍ୟ୍ଯକ୍ରମକୁ ସଂଘ ସମ୍ପାଦକ ଶ୍ରୀ ଜୟ ନାରାୟଣ ପଟ୍ଟନାୟକ ସଂଜୋଯନା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l
ସେବା ନିବୃତ୍ତ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ l