ଟାଙ୍ଗୀ : (ଆମ ଓଡ଼ିଶା ଖବର )ବଡ଼ ଧରଣର ଡକାୟତି କରିବା ପାଇଁ ବିଳମ୍ବିତ ରାତ୍ରରେ ଯୋଜନା ପ୍ରସ୍ତୁତ କରୁଥିଲେ ଡକାୟତ , ଅତର୍କିତ ଭାବେ ଚଢ଼ାଉ କରି ଧରିଲା ଟାଙ୍ଗୀ ପୋଲିସ । ୬ ଜଣ ଡକାୟତ ଧରା ପଡିଥିବା ବେଳେ ଘଟଣା ସ୍ଥଳରୁ ୨ ଡକାୟତ ଚମ୍ପଟ । ଡକାୟତ ମାନଙ୍କ ଠାରୁ ୨ ବାଇକ, ୨ ଖଣ୍ଡା , ୧ ପିସ୍ତଲ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ଟାଙ୍ଗୀ ପୋଲିସ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ତଥା ଚଣ୍ଡେଶ୍ୱର ଛକ ନିକଟରେ ଥିବା ବେଣୀ-ପଥର ଜଙ୍ଗଲ ମଧ୍ୟରେ ୮ ଜଣ ଡକାୟତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଡକାୟତି କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ଡକାୟତଙ୍କ ଯୋଜନା ପଣ୍ଡ କରିବା ସହିତ ଡକାୟତି ମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଗିରଫ ଡକାୟତ ମାନେ ଖୋରଧା ଜିଲ୍ଲାର ବାଲୁଗାଁ , ବାଣପୁର ଓ ନାଚୁଣୀ ଅଞ୍ଚଳର ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୂଚନା ଦେଇଛନ୍ତି । ଡକାୟତମାନେ ଡକାୟତି କରିବା ପୂର୍ବରୁ ସେମାନଙ୍କ ଯୋଜନା ପଣ୍ଡ କରିଛି ଟାଙ୍ଗୀ ପୋଲିସ । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଚମ୍ପଟ ମାରିଥିବା ଡକାୟତଙ୍କୁ ଧରପଗଡ ପାଇଁ ଚଢ଼ାଉ ଜାରି ରହିଛି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ସୂଚନା ଦେଇଛନ୍ତି ।
ଜଙ୍ଗଲ ମଧ୍ୟରୁ ଧରାପଡିଲେ ୬ ଡକାୟତ ।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।