ଗଞ୍ଜାମ (ଆମ ଓଡ଼ିଶା ଖବର )ରାଜ୍ୟର ଅନ୍ୟତମ ଆକର୍ଷଣୀୟ ଉତ୍ସବ ଭାବେ ଆୟୋଜିତ କରାଯିବ ।ବ୍ରହ୍ମପୁର ୬/୩ ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ସାଂସ୍କୃତିକ ଉତ୍ସଵ ବ୍ରହ୍ମପୁର ମହୋତ୍ସବ କୁ ପବିତ୍ର ଶ୍ରୀରାମ ନବମୀ ତଥା ୨୭ ମାର୍ଚ୍ଚ ରୁ ୨ ଏପ୍ରିଲ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଖେଳ ପଡିଆ ଠାରେ ଅଧିକ ଆକର୍ଷଣୀୟ କରି ଆୟୋଜନ କରିବା ସହ, ସ୍ଥାନୀୟ କଳାକାର ଙ୍କୁ ଅଧିକ ସୁଯୋଗ ଦିଆଯିବ।ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ସାଂସ୍କୃତିକ ପରିଷଦ ଙ୍କ ପ୍ରେରିତ ଉଚ୍ଚ କୋଟିର ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିବେଷଣ ସହ,ସାତ ଦିନ ବ୍ୟାପୀ ଏହି ଉତ୍ସବରେ ୧00 ରୁ ଉର୍ଦ୍ଧ୍ୱ ବିଭିନ୍ନ କିସମ ର ସରକାରୀ, ବେସରକାରୀ , ସ୍ଵଂୟ ସହାୟକ। ଗୋଷ୍ଠୀ ର ଷ୍ଟଲ ଖୋଲାଯିବ। ମହିଳା, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ।ପ୍ରତ୍ୟେକ ଦିନ ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁର ସହର ର ସାଂସ୍କୃତିକ , ପରମ୍ପରା, ପର୍ଯ୍ୟଟନ , ବାଣିଜ୍ୟ ,ସାହିତ୍ୟ ଉପରେ ମାନ୍ୟଗଣ ବ୍ୟକ୍ତି, ସୁବକ୍ତା, କଳାକାର ମାନଙ୍କୁ ନିମନ୍ତ୍ରଣ କରାଯାଇ ଆଲୋଚନା କରାଯିବା ସହ ବିଶିଷ୍ଟ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯିବ ବୋଲି ଆଜି ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ ପ୍ରୋକୋଷ୍ଟ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏଥି ନେଇ ସୂଚନା ପ୍ରଦାନ କରାଯାଇଅଛି। ମହୋତ୍ସବ ପରିଚାଳନା କମିଟି ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନୀଲ କୁମାର ଚଳିତ ବର୍ଷ ଅନୁଷ୍ଠିତ ବ୍ରହ୍ମପୁର ମହୋତ୍ସବ କୁ ସମସ୍ତ ଙ୍କ ସାହାଯ୍ୟ ରେ ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଆୟୋଜକ ତଥା ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମହୋତ୍ସବ ଉପରେ ସୂଚନା ଦେବାସହ ସମସ୍ତଙ୍କ ସହୋଜୋଗ କାମନା କରିଥିଲେ। ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର, ଅର୍ଗନାଇଯିଂଗ କମିଟି ସମ୍ପାଦକ ଶ୍ରୀ ସୀମାଞ୍ଚଳ ପାଣିଗ୍ରାହି, ସାଂସ୍କୃତିକ କମିଟି ସମ୍ପାଦକ ଶ୍ରୀ ଗୋପାଳ ପଟ୍ଟନାୟକ, ଅଶୋକ ବ୍ରହ୍ମା,ସମୀର ଆଚାର୍ଯ୍ୟ, ସୁଦୀପ ସାହୁ, ଶ୍ରୀକାନ୍ତ ସାବତ,ପ୍ରକାଶ ବାଜନି, ଇଭେଣ୍ଟ ରେସ୍ପନ୍ସ ମାର୍କେଟିଙ୍ଗ ମୁଖ୍ୟ ଶ୍ରୀ ରବିଶଙ୍କର ଙ୍କ ସମେତ ମହୋତ୍ସବ କମିଟି ଓ ମହାନ୍ ସଂଘ ର ବହୁ ସଦସ୍ୟା ସଦସ୍ୟ ଉପସ୍ଥିତ ଥିଲେ।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !