
ରାୟଗଡ ଜିଲ୍ଲା (ଆମ ଓଡିଶା ଖବର )ତା :-୦୬.୦୩.୨୦୨୬- ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି , ରାୟଗଡ଼ ତରଫରୁ ଆଜି ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ପାଳନ କରାଯାଉଅଛି । ଏହି ଅବସରରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ସରୋଜିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ | ଅନ୍ୟ ଅତିଥିବୃନ୍ଦ ଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡ଼ ଡା ପି କେ ମିଶ୍ର, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୁମା ମହାପାତ୍ର, ଅଧିକ୍ଷକ ଉପଖଣ୍ଡ ଚିକିତ୍ସାଳୟ ଡ଼ ଶ୍ରୀକାନ୍ତ କୁମାର ଜେନା , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. କିଶୋର କୁମାର ବରାଇ , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭେକଟର ବାହିତ ରୋଗ ) ଡ଼ ଶ୍ୟାମ ଚରଣ ଗୁରୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା ମମତା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା. ପ୍ରଦୀପ୍ତ କୁମାର ସୁବୁଦ୍ଧି, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ ) ଡ଼ ମମତା ସାହୁ, ଆଡମିନିଷ୍ଟ୍ରେଟିଭି ଅଫିସର ସୁଶ୍ରୀ ଅକ୍ଷମିତା କାର୍ତ୍ତିକ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ଉପସ୍ଥିତ ଥିଲେ । ଆଶା ସଂଯୋଜିକା ଶ୍ରୀମତି ରାଜଲକ୍ଷ୍ମୀ ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।
ଅପହଞ୍ଚ, ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଆଶାମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗୋଷ୍ଠୀ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ସୁ-ସମନ୍ୱୟ ରକ୍ଷାକରି ଉପଲବ୍ଧ ସ୍ୱାସ୍ଥ୍ୟ ସେବାର ପୂର୍ଣ୍ଣ ବିନିଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବାରେ ଆଶାଙ୍କର ନିରନ୍ତର ପ୍ରୟାସ ଅନସ୍ୱୀକାର୍ଯ୍ୟ । ଜନସାଧାରଣଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ସ୍ୱାସ୍ଥ୍ୟ ସୁଚକାଙ୍କରେ ଉନ୍ନତି ଆଣିବା ଦିଗରେ ସେମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ।
ଜନସାଧାରଣ ଙ୍କ ନିକଟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆଶାକର୍ମୀଙ୍କ ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ ପୂର୍ବକ ଏହି କାର୍ଯ୍ୟକ୍ରମ ଅବସରରେ ରାୟଗଡ ଜିଲ୍ଲାର୧୧ ଟି ବ୍ଲକ ତଥା ସହରାଞ୍ଚଳ ରାୟଗଡ଼ ଏବଂ ଗୁଣୁପୁର ର ମୋଟ ୩୬ ଜଣ ଆଶାକର୍ମୀଙ୍କୁ ଶ୍ରେଷ୍ଠ ଆଶା ଭାବେ ମାନପତ୍ର ପ୍ରଦାନ କରାଯିବା ସହିତ ପୁରସ୍କୃତ କରାଯାଇଥିଲା । ସେହିପରି ଭାବେ ୨୭ ଟି ମହିଳା ଆରୋଗ୍ୟ ସମିତି, ୧୧ ଟି ଗ୍ରାମ କଲ୍ୟାଣ ସମିତି ଏବଂ ୧୦ ଟି ଜନ ଆରୋଗ୍ୟ ସମିତି କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ସ୍ୱାସ୍ଥ୍ୟ ସେବା ରେ ଜାତୀୟ ଗୁଣବତ୍ତା ରକ୍ଷା କରି ଏନକ୍ୱାସ୍ ମାନପତ୍ର ଲାଭ କରିଥିବା ୧୦ ଟି ସ୍ୱାସ୍ଥ୍ୟ ଉପ କେନ୍ଦ୍ର କୁ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲା ରୁ ଆଶାକର୍ମୀଙ୍କ ସମେତ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କର୍ମଚାରୀଗଣ ଉପସ୍ଥିତ ରହିଥିଲେ ।


ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ରାୟଗଡ଼ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ।
ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲାରେ ନିଶା ମୁକ୍ତ ଭାରତ ଅଭିଯାନ।