
ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର ):-ତା: 6.3.2026.
ରାୟଗଡ଼ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଭା ପ୍ର ସେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।
ଦେଶରେ ସରକାରୀ ବିଦ୍ୟାଳୟ ଗୁଡିକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରି ଜାତୀୟ ଶିକ୍ଷାନୀତିକୁ ସଫଳ ରୂପାୟନ କରିବା, ଭିତ୍ତିଭୂମି, ଆନୁସଙ୍ଗିକ ବିକାଶ ସମାବେଶୀ ବିଦ୍ୟାଳୟ ପରିବେଶ ସୃଷ୍ଟି ଓ ଏକବିଂଶ ଶତାବ୍ଦୀ ଉପଯୋଗୀ କୌଶଳ ଶିକ୍ଷା ପ୍ରଦାନ ଏହାର ଲକ୍ଷ୍ୟ ଏବଂ ଏହାର ପୂରଣ ଦିଗରେ ସଭିଏଁ ତତ୍ପର ହେବା ନିମନ୍ତେ ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନ ଲାଲ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ବରେଣ୍ୟ ଅତିଥି ରୂପେ ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ଓ ସସ୍ମିତା ବେହେରା ଗୋବିନ୍ଦଚନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଧାନ ପ୍ରମୂଖ ଉପସ୍ଥିତ ଥିଲେ।
ବିଶ୍ଵ ସ୍ତରୀୟ ପ୍ଲାଟଫର୍ମ ରେ ଅଂଶ ଗ୍ରହଣ କରିବାର ସୁଯୋଗ ପ୍ରଦାନ ଉଦ୍ଦେଶ୍ଯରେ ପଞ୍ଚଚାଳିଶିଟି ଷ୍ଟଲ୍ ମାଧ୍ୟମରେ ଆକଂକ୍ଷା ମେଳା, ଛାତ୍ର ପରିଷଦ, ଦୋକାନ ଯାତ୍ରା ସହ ବୃତ୍ତିଗତ ଶିକ୍ଷା, ଯାଦୁପେଡ଼ି ,ପଢିବା- ଗଢ଼ିବା ଆଦି କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶନୀରେ ପ୍ରଦର୍ଶିତ ପ୍ରକଳ୍ପ ଗୁଡିକ ଶିକ୍ଷଣୀୟ ଓ ଚିତ୍ତାକର୍ଷକ ଥିଲା। ଶେଷରେ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଏଗାର ଗୋଟି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ, ପ୍ରଥମ ପର୍ଯ୍ୟାୟରେ ପିଏମଶ୍ରୀ ଘୋଷିତ ଏଗାର ଗୋଟି ବ୍ଳକର ପନ୍ଦରଟି ବିଦ୍ୟାଳୟରୁ ନଅଶହ ଛାତ୍ର, ଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।

ରାୟଗଡା ରୁ ଜିଲ୍ଲା ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ରାୟଗଡ଼ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ।
ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲାରେ ନିଶା ମୁକ୍ତ ଭାରତ ଅଭିଯାନ।