
କୋଦଳା , (ଆମ ଓଡିଶା ଖବର):ଓଡ଼ିଆ ପକ୍ଷ ୨୦୨୬ ଅବସରରେ କୋଦଳା ଏନଏସି ରେ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକଙ୍କ ସମେତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ,ସ୍ୱଛତା ବିଶେଷଜ୍ଞ ଚନ୍ଦ୍ରକାନ୍ତ ମାରାଣ୍ଡି ଏହି କାର୍ଯ୍ୟକ୍ରମର ସଫଳ ରୂପରେଖ ପାଇଁ ହାତରେ ଝାଡୁ ଧରି ଦେବାଳୟର ଅଳିଆ ସଫା କରିବା ସହିତ ସ୍ୱଛତା ପକ୍ଷ ପାଳନ କରିଥିଲେ । ଏକ ଏପ୍ରିଲ ଠାରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲି ଆସୁଥିବା ବେଳେ ଆଜି ସ୍ୱଚ୍ଛ କର୍ମୀ, ଏସଏଚଜି ଗ୍ରୁପ ର ମହିଳା ମାନେ ଯୋଗଦେଇ ସଫେଇ କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ମନ୍ଦିରର କର୍ମକର୍ତା ସହଯୋଗ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l
କରିତକର୍ମା ବାବୁ କୁବେର ଡେପୁଟି ମ୍ୟାନେଜରଙ୍କ ୨୯ଟି ମାତ୍ର ପ୍ଲଟ୍। ସମୁଦାୟ ସମ୍ପତ୍ତି ତାଲିକା ଆୟଠାରୁ ମାତ୍ର ୪୦୦ ପ୍ରତିଶତ ଅଧକ।
Odisha Vigilance has arrested a sub-treasury employee from Khandapada.