କୋଦଳା, (ଆମ ଓଡିଶା ଖବର ):କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଇତିହାସ ବିଭାଗ ତରଫରୁ ” ଓଡ଼ିଶାରେ ଭାରତଛାଡ ଆନ୍ଦୋଳନ “ବିଷୟବସ୍ତୁ କୁ ନେଇ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଶ୍ରୀମାନ ସପନ କୁମାର ଦାଶ ଉପସ୍ଥିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ lପାଠଚକ୍ର ର ଆଭିମୁଖ୍ୟ ସମ୍ପର୍କେ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ତଥା ଆଜିର କାର୍ଯ୍ୟକ୍ରମ ର ଆବାହକ ଶ୍ରୀ ବିନୋଦ କୁମାର ମିଶ୍ର କହିଥିଲେ । ସାଧନାକର୍ମୀ ଭାବେ ଇନ୍ଦିରା ମେମୋରିଆଲ ସ୍ନାତକ ମହାବିଦ୍ୟାଳୟ, ଚାନ୍ଦିପୁଟ, ଗଜପତି ର ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଓଡ଼ିଶାରେ ଭାରତଛାଡ ଆନ୍ଦୋଳନବିଷୟରେ ଆଲୋକପାତ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ବିଶିଷ୍ଟ ଗବେଷକ ଓ ପ୍ରତ୍ନତତ୍ୱବିତ, ବିଷମକଟକ, ରାୟଗଡା ର ଶ୍ରୀ ଶ୍ରୀରଙ୍ଗ ନାୟକ ଯୋଗଦେଇ ଓଡ଼ିଶାରେ ଭାରତଛାଡ ଆନ୍ଦୋଳନ ର ବିଭିନ୍ନ ଦିଗ ବିଷୟରେ କହିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଓଡ଼ିଶାରେ ଭାରତଛାଡ ଆନ୍ଦୋଳନରେ ନାରୀ ମାନଙ୍କ ଭୂମିକା ବିଷୟରେ ସୂଚନା ଦେଇଥିଲେ । ପ୍ରଶାସନିକ ଅଧିକାରୀ ଶ୍ରୀମତୀ ରଞ୍ଜୁବାଳା ନନ୍ଦ ଓ ଇତିହାସ ବିଭାଗର ଅଧ୍ୟାପିକା ଶ୍ରୀମତୀ ଗୃହଲକ୍ଷ୍ମୀ ସାହୁ ଆଜିର କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଯୋଗଦେଇ ଲକ୍ଷ୍ମଣ ନାୟକ ଙ୍କ ଅବଦାନ ବିଷୟରେ କହିଥିଲେ । ପ୍ରାରମ୍ଭିକ ସଂଗୀତ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ଦୀପା ମଲ୍ଲିକ ଓ ପ୍ରଥମ ବର୍ଷ ଛାତ୍ରୀ ସୁଶ୍ରୀ ରୋଜି ମୁଦୁଲି ଗାନ କରିଥିଲେ। ଯୁକ୍ତ ତିନି ପ୍ରଥମ, ଦ୍ୱିତୀୟ ଓ ଶେଷ ବର୍ଷ ର ଅନେକ ଛାତ୍ରଛାତ୍ରୀ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନା କରିଥିଲେ ଓ ସେମାନଙ୍କୁ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ର ଅମର ନାୟକ, ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ କାଜଲ ବିଷୋୟୀ ଓ ପ୍ରଥମ ବର୍ଷ ଛାତ୍ରୀ ସୁଶ୍ରୀ ସୋନାଲି ମହାପାତ୍ର ପରିଚାଳନା କରିଥିଲେ । ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଓ ଛାତ୍ରୀଙ୍କୁ ବିଦାୟ କାଳୀନ ଶୁଭେଛା ଜଣାଇ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ସୁଶ୍ରୀ କାଜଲ ମିଶ୍ରଙ୍କ ଦ୍ୱାରା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ସମାଜସେବୀ ପ୍ରସନ୍ନ ଦୋରାଙ୍କ ପରଲୋକ ।
ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତଦାନ ଶିବିର l
ଆସ ବହିଟିଏ କିଣିବା ଦିବସ ପାଳିତ l