ବେଗୁନିଆପଡା:(ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମର ବିଶିଷ୍ଟ ସମାଜସେବୀ ଏସ୍.ପ୍ରସନ୍ନ କୁମାର ଦୋରାଙ୍କ ଆଜି ପରଲୋକ ହୋଇଯାଇଛି । ଗତ କାଲି ଅସୁସ୍ଥ ହେବା ପରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମ କେ ସି ଜି ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଜଣେ ଆଦର୍ଶ ଓ ନୀତିବାନ ବ୍ୟକ୍ତି ଭାବେ ସେ ପରିଚିତ ଥିଲେ। ତାଙ୍କ ମର ଶରୀରକୁ ନିଜ ଗ୍ରାମ ତାଳସରକୁ ଅଣାଯାଇଥିଲା ଓ ସେଠାରୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ଏକ ମାତ୍ର ପୁଅ ମୁଖାଗ୍ନି ଦେଇଥିଲେ। ଘରେ ତାଙ୍କର ମାଆ ଓ ପତ୍ନୀ ଥିବା ବେଳେ ବହୁ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗୀୟ ପାଠଚକ୍ର ଓ ବିଦାୟକାଳୀନ ସଭା ଅନୁଷ୍ଠିତ l
ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତଦାନ ଶିବିର l
ଆସ ବହିଟିଏ କିଣିବା ଦିବସ ପାଳିତ l