ନିଆରା ଢଙ୍ଗରେ ସେବା ଜାରୀ ରଖିଛନ୍ତି କବିସୂର୍ଯ୍ୟନଗର ବିଧାୟକ

ବେଗୁନିଆପଡା, (ଆମ ଓଡିଶା ଖବର):ବିଧାୟକ ହେବ ତ ଏମିତି । ଲୋକଙ୍କ ଗହଣରେ ରାତ୍ରି ଯାପନ କରି ଲୋକଙ୍କ ସହ ଦୈନନ୍ଦିନ କାର୍ଯ୍ୟ ସମାପନ କରିବା ସହ ସାଧାରଣ ଲୋକଟିଏ ଭଳି ଗ୍ରାମ ପରିକ୍ରମା କରି ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ କବିସୂର୍ଯ୍ୟନଗର ବିଧାୟକ । ନିକଟରେ ପାଇ ନିଜର ଅନ୍ତର ର କଥାକୁ ବିଧାୟକ ଙ୍କ ନିକଟରେ ପ୍ରକାଶ କରୁଥିବା ବେଳେ ଧର୍ଯ୍ୟ ର ସହ ଲୋକଙ୍କ ସମସ୍ୟା ବୁଝୁଥିଲେ ବିଧାୟକ । ଏହି ଭଳି ଘଟଣା ଦେଖିବାକୁ ମିଳିଛି ବଡ଼ ଖଇରଖମା ପଂଚାୟତରେ । କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଜନସମ୍ପର୍କ ଯାତ୍ରାରେ ସାମିଲ ହୋଇ ଏହି ପଂଚାୟତର ପାଇକପଡା ଠାରେ ଅନୁଷ୍ଠିତ କ୍ରିକେଟ ଟୁର୍ନାମେଣ୍ଟ କୁ ଉଦଘାଟନ କରିଥିଲେ । ଏହା ପରେ ଏହି ପଂଚାୟତର ରାଗପୁର ଓ ବଡ଼ ଖଇରଖମା, ଶ୍ରଦ୍ଧାପୂର ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣିବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରି ସମାଧାନ ପାଇଁ କହିବା ସହ କଣ କଣ ଉର୍ଣ୍ଣୟନ କାର୍ଯ୍ୟ ଆବଶ୍ୟକ ଅଛି ଏବଂ ଏହା କିପରି ହୋଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହା ପରେ ବଡ଼ଖଇରଖମା ଗ୍ରାମରେ ରାତ୍ରିଯାପନ କରିଥିଲେ। ଏହି ଅବସରରେ ବିଧାୟକ ଜନସାଧାରଣଙ୍କ ସହିତ ସାକ୍ଷାତ ଆଲୋଚନା କରି ରାସ୍ତାଘାଟ, ପାନୀୟଜଳ, ବିଦ୍ୟୁତ ଆଲୋକୀକରଣ, ରାସନକାର୍ଡ, ଭତ୍ତା, ଆବାସ ଯୋଜନା ଭଳି ବହୁମୁଖୀ ସମସ୍ୟା ସମ୍ପର୍କରେ ଆଲୋଚନା କରିଵା ସହ ପରିବାର କଥା ପଚାରି ବୁଝିଥିଲେ । ଏଥିସହ ସୋମବାର ଦିନ ଏହି ଗ୍ରାମର ଏକ ପୋଖରୀରେ ଲୋକଙ୍କ ସହ ସ୍ନାନ କରିବା ପରେ ଚା ପେ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲ କାର୍ଯ୍ୟକ୍ରମର ସଫଳତା ଏବଂ ଲୋକସମ୍ପର୍କ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିଥିବା ସମସ୍ତ ଦଳୀୟ କର୍ମୀ, ଶୁଭେଛୁ, ଏବଂ ଗ୍ରାମବାସୀଙ୍କୁ ଏହି ଅବସରରେ ବିଧାୟକ ଶ୍ରୀ ନାୟକ ଧନ୍ୟବାଦ ଦେଇଥିଲେ। ଏଥିସହ ଏହି ପଞ୍ଚାଯତକୁ ଏକ ଶ୍ରେଷ୍ଠ ଏବଂ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ଯତ୍ନବାନ ହେବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ସତୀଶ ରଞ୍ଜନ ତାରିଣୀ, ସ୍ଥାନୀୟ ସରପଞ୍ଚ କାଶୀନାଥ ବେହେରା, ସନ୍ତୋଷ କୁମାର ସ୍ୱାଇଁ, ଶିବ ଶଙ୍କର ବାରିକ, ଶରତ ଚନ୍ଦ୍ର ପାଣ୍ଡି, ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ସମ୍ପାଦକ ରାଜେନ୍ଦ୍ର ଡାକୁଆ, ବୁଲୁ ବାରିକ ଙ୍କ ସମେତ ଅନେକ ଯୁବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!