ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍ଘାଟନ , ଜିଲୁଣ୍ଡା ଟିମ୍ ହେଲେ ବିଜୟୀ।

କଲ୍ୟାଣସିଂହପୁର, ୨୫/୫/୨୦୨୬
ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇ ଯାଇଛି ।

ଏହି ଶୁଭ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ସଭାପତି ସନ୍ତୋଷ କୁମାର ବଛା ଓ ସମ୍ମାନିତ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ( ଭାଜପା ) ର ବୁଡ଼ାଗୁଡ଼ା ପଞ୍ଚାୟତ ପ୍ରଭାରୀ ଅଶ୍ଵିନୀ ମହାପାତ୍ର, ଯୁବ ନେତା ବିଶ୍ୱନାଥ ହିକକା, ବରିଷ୍ଟ କର୍ମୀ ହରିହର ହିକକା , ସିରିପତି ପେରିସିକା,ନାଗେଶ ରାଓ କୁଲିଶିକା, ସାଲପୁ କଞ୍ଜାକା, ଯୁବ କର୍ମୀ ନୀଳକଣ୍ଠ କାଡ୍ରାକା , ବିଜୟ କାଣିକା , ଶିଡିକା କାଡ୍ରାକା ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ପଡ଼ିଆ ମଧ୍ୟରେ ସ୍ବର୍ଗତ ଜିତୁ ଓ ନରେଶ ଙ୍କ ଫୋଟଚିତ୍ର ଠାରେ ଧୂପ ଦୀପ ଦେଇ ଏକ ମିନିଟର ନୀରବ ପ୍ରାର୍ଥନା ଓ ଜାତୀୟ ଗାନ ହେବା ପରେ ଅତିଥିଙ୍କ କର କମଳରେ ନଡ଼ିଆ ଫଟେଇ ରିବନ୍ ଫିତା କାଟି ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟରେ ଶୁଭାରମ୍ଭ କରଯାଇଥିଲା ।

ଏହି ଉଦ୍‌ଘାଟନୀ ମ୍ୟାଚ୍ ଶିକରପାଇ ଓ ଜିଳୁଣ୍ଡା ମଧ୍ୟମରେ ଖେଳ ହୋଇଥିଲା। ଟଚ୍ ଜିତି ପ୍ରଥମ ସିକରପାଇ ଟିମ୍ ବ୍ୟାଟିଂ କରି ଦଶ ଓଭର ରେ ୭୯ ରନ୍ କରିଥିଲେ। ଏହି ରନ୍ କୁ ଲକ୍ଷ କରି ଜିଲୁଣ୍ଡା ଟିମ୍ ୪ ୱିକେଟ୍ ହରାଇ ଦଶ ଓଭର ଶେଷ ବୋଲ୍ ରେ ଛ ରନ୍ ମାରି ବିଜୟଲାଭ ହୋଇଥଲେ। ମୋଟ ୧୬ ଟି ଟିମ୍ କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହେବ ଏବଂ ପ୍ରତିଦିନ ଡୁଇଟି ମ୍ୟାଚ୍ ଖେଳ ହୋଇ ମଇ ୨୫ ରୁ ଆରମ୍ଭ ହୋଇ ଥିବା ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ମାସ ୧ ତାରିଖ ରେ ଫାଇନାଲ ମ୍ୟାଚ୍ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

ଆମ୍ପାୟର ଭାବେ ଗୋବିନ୍ଦ କୁରିଆ ଓ ରାସୁଲ କାଡ୍ରାକା ରହିଥିବା ବେଳେ ବୁଡ଼ାଗୁଡ଼ା ଗ୍ରାମର ଚିକୁ ଗୌଡ଼ ଓ ଅନ୍ୟ ଯୁବ ଗୋଷ୍ଠୀ ମାନେ ବିଶେଷ ସହଯୋଗ କରିଥିଲେ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!