୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।

ଖୋରଧା ଜିଲ୍ଲା (ଆମ ଓଡ଼ିଶା ଖବର ) ଖୋରଧା ଜିଲ୍ଲା କୁହୁଡି ସ୍ଥିତ ଜନତା ଉଚ୍ଚ ବିଦ୍ୟାଳୟର ୧୯୮୫ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନେ ଦୀର୍ଘ ୪୧ବର୍ଷ ପରେ ଏକାଠି ହୋଇ ପିଲା ଦିନର ସ୍ମୃତିକୁ ସାଉଁଟିବା ପାଇଁ ସ୍ଥାନୀୟ ଚକଡିପୁର ସ୍ଥିତ ମା ରତ୍ନମାଳୀ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୪୧ବର୍ଷ ମଧ୍ୟରେ  ସେତେବେଳର କିଛି ଶିକ୍ଷକ ଓ କିଛି ସାଙ୍ଗଙ୍କ ମୃତ୍ୟୁ ହୋଇଯାଇଛି। ସେମାନଙ୍କ  ଉଦ୍ଦେଶ୍ୟରେ ପ୍ରଥମେ ଏକ ନୀରବ ପାର୍ଥନା କରାଯାଇଥିଲା। ପରେ ଏକ ସଭା ମାଧ୍ୟମରେ ନିଜର ପୁରୁଣା ସ୍ମୃତିକୁ ନିଜ ନିଜ ମଧ୍ୟରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ। ଏହି ଆଲୋଚନା ବେଳେ  ପିଲା ଦିନରେ ସାରଙ୍କ ବେତମାଡ଼ ତ କେତେବେଳେ ସାଙ୍ଗସାଥି ଖେଳ ତ ପୂଜାପୁଣ୍ୟ ସମୟରେ ମକର, ବଉଳ, ମିତ ସଙ୍ଗାତ ସହ ପୁଚି କବାଡି ଖେଳ କୁ ମନ ପକାଇ ଭାବବିହୋଳ ହୋଇଯାଇଥିଲେ ସାଙ୍ଗସାଥି। ଏଭଳି ବିଭିନ୍ନ ନିଜ ନିଜର କଥା ଓ ବ୍ୟଥା ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରିଥିଲେ। ରାମ ନାୟକ, ବସନ୍ତ ସାହୁ, ତପନ ପାଣି, ରମେଶ ବିଶ୍ୱାଳ, ବିଭୁତି ଚମ୍ପତି, ନୃସିହ ଚମ୍ପତି, ଗଙ୍ଗା ଦାଶ, କଲ୍ୟାଣୀ ବୈରିଗଞ୍ଜନ, ସଂଜୁ ବରାଳ, ମିନତୀ ହରିଚନ୍ଦନ, ଜୟନ୍ତୀ ପାତ୍ର, କଲ୍ୟାଣୀ ବିଶ୍ୱାଳ, ସୁନୀଲ ସାମନ୍ତରାୟ, ପ୍ରଫୁଲ ସାମନ୍ତସିଂହାର, ସେକ ମଜ୍ଜି, ରାମଚନ୍ଦ୍ର ସୁବୁଦ୍ଧି, ପୁଷ୍ପଲତା ଶ୍ରୀଚନ୍ଦନ ସମେତ ୬୦ଉର୍ଦ୍ଧ ସାଙ୍ଗସାଥି ଏକାଠି ହୋଇଥିଲେ। ଆଗାମୀ ଦିନରେ ଅନେକ ସାମାଜିକ କାର୍ଯ୍ୟ କରିବାକୁ ସର୍ବ ସଂମତିରେ ନିଷ୍ପତି ହୋଇଥିବା ସୂଚନା ମିଳିଛି।

ଡେଲାଙ୍ଗ  /ଜଟଣୀ ରୁ ନୀଳାମ୍ବର  ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!