ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।

ଜଟଣୀ: ଆମ ଓଡ଼ିଶା ଖବର ତା:୩୧/୦୫/୨୦୨୬
ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ର ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ ଭବନ ରେ ନୂତନ ଭାରତ ଗଠନ ନୈତିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ପିପିଲି ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପିକା, ସୁଲେଖିକା , ସୁବକ୍ତା , ସମାଜସେବୀ ତଥା ବ୍ରହ୍ମାକୁମାରୀ ସଂସ୍ଥାର ୩୦ ବର୍ଷର ବିଦ୍ୟାର୍ଥୀ ଡଃ ପ୍ରତିଭା ମହାରଥୀ ଯୋଗଦେଇ ଭାରତକୁ ବିଶ୍ଵ ଗୁରୁ କରି ଗଢିତୋଳିବା ରେ , ଶିକ୍ଷାଦାନ ରେ ନୈତିକ ତଥା ଆଧ୍ୟାତ୍ମିକ ଶିକ୍ଷା ନିହାତି ଆବଶ୍ୟକ ବୋଲି କହିଥିଲେ। ଯାହାକି ବ୍ରହ୍ମାକୁମାରୀ ଅନୁଷ୍ଠାନରେ ଆଜକୁ ୯୦ ବର୍ଷ ଧରି ୧୪୦ ଦେଶରେ ୧୨ ଲକ୍ଷ୍ୟ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଦୈନଦିନ ୯୫୦୦ ସେବା କେନ୍ଦ୍ରରେ  ପ୍ରାପ୍ତ କରି ନିଜର ଚରିତ୍ର ଗଠନ ତଥା ଆଧ୍ୟାତ୍ମିକ ଉନ୍ନତି ଜାରି ରଖିଛନ୍ତି। ଏହି କାର୍ଯକ୍ରମରେ ଭୁବନେଶ୍ୱର ସବଜୋନର ଇନ୍ଚାର୍ଜ ତଥା ହରିଡାମାଡ଼ ସ୍ଥିତ ଡି.ଆର୍.ସି ର ମୁଖ୍ୟ ରାଜଯୋଗିନୀ ବ୍ରହ୍ମା କୁମାରୀ ଲିନା ଭଉଣୀ ଯୋଗଦାନ କରି ନିଜ ଜୀବନରେ କିପରି ଆଧ୍ୟାତ୍ମିକ ଉନ୍ନତି କରିପାରିବା ତଥା ପରମପିତା ପରମାତ୍ମାଙ୍କ ସାନିଧ୍ୟ ଲାଭ କରିପାରିବା ଏହା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ ତଥା ବ୍ଲକ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ଯୋଗଦେଇ  ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଟଣୀର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କ ପାଇଁ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାରୀ ମମତା ଭଉଣୀ ପରିଚାଳନା କରିବା ସହ ଜଟଣୀ ସେବାକେନ୍ଦ୍ର ର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀ ସ୍ବାଗତ ଭାଷଣ ଦେଇଥିଲେ ତଥା ବ୍ରହ୍ମାକୁମାର ଅଶୋକ ଭାଇ , ଶ୍ରୀପତି ଭାଇ, ସରୋଜ ଭାଇ , ମଳୟ ଭାଇ, ଗୌରୀ ଭାଇ ତଥା ଅନ୍ୟାନ୍ୟ ଭାଇ ଭଉଣୀ ମାନେ ଏହି କାର୍ଯକ୍ରମକୁ  ପରିଚାଳନା କରିଥଲେ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!