ମକର ମହୋତ୍ସବର ତୃତୀୟ ସନ୍ଧ୍ୟା…ପପୁ ପମ ପମଙ୍କ କମେଡି ରେ ଦର୍ଶକ ବିଭୋର

ଖୋର୍ଦ୍ଧା (ଆମ ଓଡ଼ିଶା ଖବର): ଓଡିଶାର ଅନ୍ୟତମ ପ୍ରସିଦ୍ଧ ମକର ମେଳା ଖୋର୍ଦ୍ଧା ଜିଲ୍ଲାର ଅଟ୍ରି ଠାରେ ଗତ ୩ଦିନ ଧରି ଚାଲୁରହିଛି। ଏହି ଅବସରରେ ଉଷ୍ଣ ପ୍ରସବଣ ପରିସରରେ ଚାଲିଥିବା ନବମ ମକର ମହୋତ୍ସବ ତୃତୀୟ ସନ୍ଧ୍ୟାରେ ପହଁଚିଛି। ଶୀତୁଆ ସନ୍ଧ୍ୟାରେ ଓଡିଶାର ପ୍ରମୁଖ ହାସ୍ୟ ଅଭିନେତା ତଥା କଳାକାର ପପୁ ପମ ପମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ବ୍ୟଙ୍ଗ ଚାତୁରୀ ମାଧ୍ୟମରେ ବାନ୍ଧି ରଖିଥିଲେ। ଏହା ସହିତ
ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପ୍ରୟୋଜକରେ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆୟୋଜନରେ ସ୍ଥାନୀୟ ଓ ରାଜ୍ୟର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ମକର ମହୋତ୍ସବ କମିଟିର ସଭାପତି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତାରେ ସଭାରେ ବିଧାୟକ ଅନନ୍ତ ନାରାୟଣ ମୁଖ୍ୟ ଅତିଥି, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଵକ୍ତା, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ, ଉପାଧକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପରିଷଦ ତନୁଜା ପାଟଶାଣୀଙ୍କ ସମେତ ବେଗୁନିଆ ବ୍ଲକର ବହୁ ସରପଞ୍ଚ, ସମିତି ସଭ୍ୟ ମାନେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଯୋଗ ଦେଇଥିଲେ।ଏହି ସଭାରେ ବିଭିନ୍ନ କ୍ଷେତ୍ରରେ ପାରଦ୍ରର୍ଶୀତା ଲାଭ କରିଥିବା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଉପନିରୀକ୍ଷକ ଚନ୍ଦନ କୁମାର ଦାସ, ସେବାୟତ ଗୋପୀନାଥ ମହାପାତ୍ର,ଯୁବ ସମାଜସେଵୀ ଭୁବନାନନ୍ଦ ମହାନ୍ତି,ଆଦର୍ଶ ଶିକ୍ଷୟତ୍ରୀ ସରଜୁ କୁମାରୀ ବେହେରାଙ୍କୁ ଉପଢୌକନ,ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା

error: Content is protected !!