ରାୟଗଡା(ଆମ ଓଡ଼ିଶା ଖାବର )/୧୭/୦୧/୨୫ : ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ଠାରୁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ କହଁରଙ୍କୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ କହଁର ଏଥି ପୂର୍ବରୁ ଏହି ଜିଲ୍ଳାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଭାବେ ପାଖାପାଖି ଏକବର୍ଷ ଚାରି ମାସ ଧରି ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିଲେ । ବର୍ତମାନ ରାୟଗଡା ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଳାର ବିକାଶରେ ଓ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକ ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ଶ୍ରୀ କହଁର ପ୍ରକାଶ କରିଛନ୍ତି ।ଏଥି ପୂର୍ବରୁ ଶ୍ରୀ କହଁର ସୁବର୍ଣ୍ଣପୁର ଜ଼ିଲ୍ଲା , ବୌଦ୍ଧ ଜ଼ିଲ୍ଲା , ବରଗଡ ଜ଼ିଲ୍ଲା , କନ୍ଧମାଳ ଜ଼ିଲ୍ଲା ଏବଂ ନଵରଙ୍ଗପୁର ଜ଼ିଲ୍ଲାରେ ବିଡ଼ିଓ, ତହସିଲଦାର, ଡିଡ଼ବ୍ଲଓ, ଉପଜିଲ୍ଲାପାଳ ଏବଂ ସିଡିଓ ତଥା ଇଓ ,ଜ଼ିଲ୍ଲା ପରିଷଦ ଭାବେ ବିଭିନ୍ନ୍ନ ଦାୟିତ୍ୱ ସମ୍ପନ୍ନ କରିଛନ୍ତି l
ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର
More Stories
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।
ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ରାୟଗଡ଼ ଜିଲ୍ଲା ପରିଦର୍ଶନ।