ରାୟଗଡା(ଆମ ଓଡ଼ିଶା ଖାବର )/୧୭/୦୧/୨୫ : ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ଠାରୁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ କହଁରଙ୍କୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ କହଁର ଏଥି ପୂର୍ବରୁ ଏହି ଜିଲ୍ଳାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଭାବେ ପାଖାପାଖି ଏକବର୍ଷ ଚାରି ମାସ ଧରି ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିଲେ । ବର୍ତମାନ ରାୟଗଡା ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଳାର ବିକାଶରେ ଓ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକ ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ଶ୍ରୀ କହଁର ପ୍ରକାଶ କରିଛନ୍ତି ।ଏଥି ପୂର୍ବରୁ ଶ୍ରୀ କହଁର ସୁବର୍ଣ୍ଣପୁର ଜ଼ିଲ୍ଲା , ବୌଦ୍ଧ ଜ଼ିଲ୍ଲା , ବରଗଡ ଜ଼ିଲ୍ଲା , କନ୍ଧମାଳ ଜ଼ିଲ୍ଲା ଏବଂ ନଵରଙ୍ଗପୁର ଜ଼ିଲ୍ଲାରେ ବିଡ଼ିଓ, ତହସିଲଦାର, ଡିଡ଼ବ୍ଲଓ, ଉପଜିଲ୍ଲାପାଳ ଏବଂ ସିଡିଓ ତଥା ଇଓ ,ଜ଼ିଲ୍ଲା ପରିଷଦ ଭାବେ ବିଭିନ୍ନ୍ନ ଦାୟିତ୍ୱ ସମ୍ପନ୍ନ କରିଛନ୍ତି l
ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।