ଖୋର୍ଦ୍ଧା : (ଆମ ଓଡ଼ିଶା ଖବର)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ ର ତୁଳସୀ ବେରେଣା ଖେଳ ପଡିଆ ରେ ଜlମୁସlହି, ତୁଳସୀ ବେରେଣl , ନୟାପଲ୍ଲୀ, ଗୋପାଳପୁର, ଦକ୍ଷିଣପାରିଖେତା ବାସୀଙ୍କ ମିଳିତ ସହଯୋଗ ରେ ଆୟୋଜିତ ହେଉଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଞ୍ଚଳିକ କପ୍ -୨୦୨୫ର ଉଦଘାଟିତ ହୋଇଯାଇଛି ।ଏହି ଉଦ୍ଘାଟନୀ ମ୍ୟାଚ ତଥା ପ୍ରଥମ ଲିଗ୍ ମ୍ୟାଚ୍ ଜଗା ୟୁନାଇଟେଡ , ଭୁବନେଶ୍ୱର ଓ ୟୁନାଇଟେଡ କ୍ଲବ, ଗନ୍ଦରପୂର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ରେ ୨-୦ ଗୋଲ ରେ ଜଗା ୟୁନାଇଟେଡ, ଭୁବନେଶ୍ୱର ବିଜୟୀ ହେବା କ୍ୱାର୍ଟର ଫାଇନାଲ ରେ ପ୍ରବେଶ କରିଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ,ବିଜେଡି ନେତା କ୍ୟାପଟେନ ମନ୍ମଥ ରାଉତରାୟ,ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ସlନପଦର ସମିତି ସଭ୍ୟ ଯୁବ ନେତା ଦିଲ୍ଲୀପ କୁମାର ମହାପାତ୍ର, ସମାଜସେବୀ ଦିଲ୍ଲୀପ କୁମାର ମହାଭୋଇ,ଅବ୍ଦୁଲାଲ ଖାଁ,ଅବୁ ବକର ଖାଁ,ଅଧ୍ୟାପକ ସରୋଜ ମିଶ୍ର, କୃଷ୍ଣ ଚନ୍ଦ୍ର ପ୍ରଧାନ , ୱାଜିଦ ହୁସେନ ଖାନ୍ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆୟୋଜକ ଅନୁଷ୍ଠାନ ର ସଭାପତି ସମସୁର ଖାଁ,, ସମ୍ପାଦକ ଅଜୟ କୁମାର ସାହୁ, ରଜନୀକାନ୍ତ ଶ୍ରୀଚନ୍ଦନ, ଇଶlକ ଖାଁ, ଫିଦା ହୁସେନ ଖାନ୍ କବିରାଜ ବୈରିଗଞ୍ଜନ ଓ ମ୍ୟାଚ କମିଶନର ଅଲାହର ଖାଁ ଓ ବହୁ କର୍ମକର୍ତ୍ତା ମ୍ୟାଚ୍ ପରିଚାଳନା ରେ ସହଯୋଗ କରିଥିଲେ। ଗ୍ରାମାଞ୍ଚଳ ରେ ଏପରି ଏକ ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରିଥିବାରୁ ଅତିଥି ମାନେ ଆୟୋଜକ ସଂସ୍ଥା କୁ ଧନ୍ୟବାଦ୍ ଜଣାଇଛନ୍ତି ।ଏହି ମ୍ୟାଚ୍ ଦେଖିବା ପାଇଁ ବହୁ ଦୂର ଦୁରlନ୍ତ ରୁ ୧୦ହଜାରରୁ ଉର୍ଦ୍ଧ୍ବ ଦର୍ଶକ ଖେଳ ଦେଖିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସରକାରଙ୍କ କ୍ରୀଡା ବିଭାଗ ଏହି ପଡିଆର ଭିତି ଭୂମିର ବିକାଶ ଲାଗି ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବି କରିଛନ୍ତି ।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l