କାଶୀପୁର,୨୩/୧(ନିପ୍ର) କାଶୀପୁର ଯୁବବର୍ଗ ଙ୍କର ଦାଦାନ ଦୁଃଖ ର ଅନ୍ତ ହେବ କେବେ । ଜଣଙ୍କ ପରେ ଜଣେ ଯୁବକ ପଡୋଶୀ ରାଜ୍ୟ ରେ ପେଟ ପାଟଣା ପାଇଁ ମୃତ୍ୟୁ ମୁଖରେ ପଡି ଜୀବନ ହେଉଛନ୍ତି । ସେଭଳି ପୁଣି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଯାହା ଅଞ୍ଚଳ ର ଯୁବକ ଦାଦାନ ଖଟିବା କୁ ଯାଉ ମୃତ୍ୟୁବରଣ କରିଛନ୍ତି । ସୂଚନା ପ୍ରକାରେ ମୃତ ଯୁବକ ଜଣକ ହେଲେ କୁଚେଇପଦର ନିବାସୀ ବିପିନ ମାଝି ଙ୍କର ପୁଅ ବୀରେନ୍ଦ୍ର ମାଝି ( ୨୭) ସେ ଦୀର୍ଘଦିନ ଧରି ଅନୁଗୁଳ ଷ୍ଟିଲ ପ୍ଲାଣ୍ଟ ରେ ଜଣେ ଦିନ ମଜୁରିଆ ଦାଦାନ ଶ୍ରମିକ ଭାବେ ଏସ ପି ଡି ନାମକ ଏକ ଠିକାଦାର ପାଖରେ ରହି କାମ କରି ଆସୁଥିଲେ ।
ନିୟମିତ କାମ କରୁଥିବାବେଳେ ବୁଧବାର ଦିନ ମଧ୍ୟ ସେ ଉକ୍ତ ପ୍ଲାଣ୍ଟ ପରିସର ମଧ୍ୟରେ ନିର୍ମାଣଧିନ ଏକ କୋଠା ରେ ଫଳସ ଛଡାଇବା କାମ କରୁଥିଲେ । ସେଠାରେ କୌଣସି କାରଣରୁ ସେ ଉକ୍ତ କୋଠା ରୁ ତଳକୁ ଖସି ଯାଇଥିବାବେଳେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ମୃତ୍ୟୁ ପରେ ପୋଲିସ ତଥା ପରିବାର ଲୋକଙ୍କୁ ଅବଗତ ପରେ ଆଜି ଦ୍ବୀପହର ସମୟରେ ମୃତ ଦେହ କୁ ପିତୃକ ଗୃହ ତଥା ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କୁଚେଇପଦର ଗ୍ରାମ କୁ ଏକ ଆମ୍ବୁଲାନ୍ସ ଯୋଗେ ଆଣୁଥିବା ସୂଚନା ମିଳିଛି । ଦୁଃଖ ର ବିଷୟ ଏହି କି ମୃତ ବ୍ୟକ୍ତିଙ୍କ ଗାଁ ର। ୧୦୦ ମିଟର ଦୂରରେ (ଉତ୍କଳ ଆଲୁମିନା) ଏସିଆ ପ୍ରସିଦ୍ଧ ବୃହଦ କଳ କାରଖାନା ଥାଇ ମଧ୍ୟ କାଶୀପୁର ମାଟି ର ଯୁବପିଢ଼ି ଙ୍କୁ ପେଟପାଟଣା ନିମନ୍ତେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେବାକୁ ପଡୁଅଛି । ପ୍ରତିବର୍ଷ ଏଭଳି ଦାଦାନ ଦୁଃଖ ରେ କାଶୀପୁର ମାଟି ର ୧୦/୧୫ ଜଣ ଯୁବକଙ୍କ ପେଟପାଟଣା ନିମନ୍ତେ ଯାଇଥିବାବେଳେ କେବଳ ମୃତ ଶରୀର ଫେରୁଥିବା ନେଇ ନିୟମିତ ଖବରକାଗଜ ରେ ପ୍ରକାଶିତ ହେଉଅଛି । ହେଲେ କାଶୀପୁର ମାଟି ଅନେକ ଖଣି ଓ କଳ କାରଖାନା କୁ ଜମି, ଖଣି ଓ ପାଣି ଦେଇ ଲୋକେ ଦାଦାନ ଖଟିବା ହିଁ ଅନ୍ତିମ ବାଟ ।
ପ୍ରକାଶ ଥାଉ କି କାଶୀପୁର ଅଞ୍ଚଳରେ ବାରମ୍ବାର ଅନାହାର ଓ ଝାଡ଼ାବାନ୍ତି କୁ ସଂଜ୍ଞାନ ରେ ନେଇ ତତ କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ କାଶୀପୁର ଲୋକଙ୍କ ଦୁଃଖ ର ଅନ୍ତ ନିମନ୍ତେ ଉତ୍କଳ ଆଲୁମିନା କାରଖାନା ନିର୍ମାଣ ପାଇଁ ସମସ୍ତ ବାଟ ଫିଟେଇଦେଇଥିଲେ । କିନ୍ତୁ ପରିତାପ ଏହି କି ଏଠାରେ ଶିଳ୍ପ ପ୍ରତିଷ୍ଠା ପରେ ସ୍ଥାନୀୟ ନିଯୁକ୍ତି କେବଳ ଅଞ୍ଚଳ ପାଇଁ ଏକ ସପ୍ନ ହେଇଯାଇଥିବାବେଳେ ଅଞ୍ଚଳରେ ଗାଁ ଗାଁ ମଧ୍ୟରେ ଭାଇଚାର ସଙ୍କଟ ରେ ପଡିଯାଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ସରକାର ତୁରନ୍ତ ସ୍ଥାନୀୟ ଯୁବ ବର୍ଗ ପ୍ରତି ଦାଦାନ ଦୁଃଖ ର ଅନ୍ତ ଘଟାଇ ବାକୁ ଦାଦାନ ବଦଳ ରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର
More Stories
ଲକ୍ଷପତି ଦିଦି ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା
ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l
ରାମନାଗୁଡାରେ ଭାଜପା ପକ୍ଷରୁ ମଣ୍ଡଳ ସ୍ତରୀୟ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ l