ଆସିକା ଚିନି ଶିଳ୍ପ ପରିସରରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l
ଗଞ୍ଜାମ (ଆମ ଓଡିଶା ଖବର) ଜିଲ୍ଲା ଆସିକା ଚିନି ଶିଳ୍ପ ପରିସରରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଚିନିକଳ ବୋର୍ଡ ସଭାପତି ଶ୍ରୀ ରବିନ୍ଦ୍ର ପଣ୍ଡା ଜାତିୟ ପତାକା ଉତୋଳନ କରିଥିଲେ। ଶ୍ରୀ ଚିତ୍ତ ଚିନ୍ମୟ ରଞ୍ଜନ ନାୟକ ( ସମ୍ପାଦକ ଓ ଏକାଉଣ୍ଟ୍) ସାଧାରଣ ତନ୍ତ୍ର ଦିବସ ଉପରେ ଉଦବୋଧନ ଦେଇଥିଲେ। ମୂଖ୍ୟ ଯନ୍ତ୍ରୀ ଶ୍ରୀ କେଦାରନାଥ ସାହୁ,ଅରୁଣ କୁମାର ପାଟ ( ସ୍ଥପିତ: ସିଭିଲ ଯନ୍ତ୍ରୀ) ଜାତୀୟ ସଙ୍ଗୀତ ଗାନ କରିଥିଲେ।ଆଖୁ ମେନେଜର ଶ୍ରୀ ପ୍ରଶାନ୍ତ ପାଢ଼ୀ,ଷ୍ଠେନୋ ଶ୍ରୀ ଚନ୍ଦ୍ର ଲେଙ୍କା, ଶ୍ରୀ ରାମ ପ୍ରସାଦ ସତପଥି,ସିକୁରିଟ ଅଧିକାରୀ ଶ୍ରୀ ରାମ ପ୍ରସାଦ ଏଲୋଲାମ ସମସ୍ତ କର୍ମ କର୍ତ୍ତା ମିଶି ସାଧାରଣ ତନ୍ତ୍ର ଦିବସ ଉତ୍ସବ କୁ ଶୃଙ୍ଖଳା ସହ ପାଳନ କରିଥିଲେ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ଆମ ପୋଷାକ ଆମ ପରିଚୟ ଦିବସ ପାଳିତ l
କୋଦଳା ଏନ ଏ ସିରେ ‘ଓଡ଼ିଆ ପକ୍ଷ’ ଶୁଭାରମ୍ଭ l
ବେରୁଆଁବାଡ଼ି ଓ ଜାଗିଲିପଦର ଠାରେ ବିଶ୍ଵଶାନ୍ତି ମହାଯଜ୍ଞ l