ଗଞ୍ଜାମ ( ଆମ ଓଡିଶା ଖବର)ଆସିକା କଳିଙ୍ଗା ରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଉନତ୍ରିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।୨୬ ଜାନୁଆରୀ ୨୦୨୫ ରିଖ ଦିନ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ସୁବାଷ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିବା ବେଳେ ଆସିକା ବିଧାୟକ ସରୋଜ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମନ୍ଦିର ମଣିଷ ତିଆରି କାରଖାନା। ଭାରତୀୟ ସଂସ୍କୃତିକୁ ବଞ୍ଚାଇବାରେ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏ ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ସମ୍ମାନୀତ ଅତିଥି ଉଚ୍ଚ ମାଧ୍ୟମିକ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ସୁଶାନ୍ତ କୁମାର ଦାଶ ବର୍ତ୍ତମାନ ଯନ୍ତ୍ର ଯୁଗରେ ମୋବାଇଲ ଫୋନ ଓ ଇଣ୍ଟରନେଟର ଶିକ୍ଷା କ୍ଷେତ୍ରରେ ସୁବିନିଯୋଗ କରିବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିବା ବେଳେ ସାପ୍ତାହିକ ରାଷ୍ଟ୍ରଦୀପର ସଂପାଦକ ଚିତ୍ତରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ବିକାଶ ସହିତ ଛାତ୍ର ଛାତ୍ରୀମାନଙ୍କୁ ପଞ୍ଚ ପରିବର୍ତ୍ତନର କଥା କହିଥିଲେ। ଶିକ୍ଷା ବିକାଶ ସମିତି ଦକ୍ଷିଣ ପୂର୍ବ ସମ୍ଭାଗ ସଂପାଦକ ଦୀପକ କୁମାର ମହାରଣା ଛାତ୍ର ଛାତ୍ରୀମାନଙ୍କୁ ଆଦର୍ଶ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ଗୌଡ ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାରୀ ଅତିଥି ପରିଚୟ, ସଂପାଦକ ପ୍ରସନ୍ନ କୁମାର ପ୍ରଧାନ ସ୍ବାଗତ ଭାଷଣ ଓ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ରନାଥ ସାବତ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପରୀକ୍ଷା ଓ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସେବା ବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆସିକାର ବାର୍ଷିକ ଉତ୍ସବ l

More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ