ଶ୍ରୀ ଲଙ୍ଗଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ଧୁମଧାମରେ ପାଳିତ ହେଲା ବାର୍ଷିକ ଉତ୍ସବ

ରିପୋର୍ଟ :ଦେବାଶିଷ ମହାରଣା

କୋଦଳା,(ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଦିଗାପଡା ସ୍ଥିତ ଶ୍ରୀ ଲଙ୍ଗଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବେଶ ଧୁମଧାମରେ ପାଳିତ ହୋଇଯାଇଛି |ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ସହ ଛାତ୍ରଛାତ୍ରୀଙ୍କ ଉଧ୍ୟେଶ୍ୟରେ ବହୁ ମୂଲ୍ୟ ଅଭିଭାଷଣ ରଖିଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସନମାନିତ ଅତିଥି ଭାବେ ଦିଗାପଡା ପଞ୍ଚାୟତର ସରପଞ୍ଚ ସମୀର କୁମାର ଶତପଥି, ସମିତିସଭ୍ୟ ପ୍ରତିନିଧି ତଥା ବିଶିଷ୍ଟ ସମାଜସେବୀ,ଯୁବନେତା ଶ୍ରୀ ଚିତ୍ରସେନ ପରିଡା,ବରିଷ୍ଠ ଶିକ୍ଷାବିତ ପ୍ରଫୁଲ କୁମାର ରଥ, ପୂର୍ବତନ ପ୍ରଧାନ ଶିକ୍ଷକ ଗୋପାଳ ରାଓ, ସମାଜସେବୀ ଗଜେନ୍ଦ୍ର ସେଠୀ,ଏବିଇଓ ସୋମନାଥ ସେଠୀ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କ ଉତ୍ରତ୍ତୋତର ଉନ୍ନତି କାମନା କରିଥିଲେ | ଏହା ସହ ବିଦ୍ୟାଳୟର ଭିତିଭୂମିକୁ ଦେଖିବା ପରେ ଖୁବ ଶୀଘ୍ର ପୋଖରୀ ପାର୍ଶ୍ଵ ପାଚେରୀ ନିର୍ମାଣ କରିବାକୁ ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହି କାର୍ଯ୍ୟ ତୁରନ୍ତ କରାଇବାକୁ ପ୍ରତିଶୃତି ଦେଇଥିଲେ ସମାଜସେବୀ ଶ୍ରୀ ଚିତ୍ରସେନ ପରିଡା | ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷକ ଦୀପକ କୁମାର ବିଶୋଇ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷକ ଅନନ୍ତ କିଶୋର ବଳ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଅକ୍ଷୟ ବାରିକ, କୃଷ୍ଣଚନ୍ଦ୍ର ସେନାପତି, ଆର୍ତ୍ତତ୍ରାଣ ଦାସ, ଲଳିତ ମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ବିଭିନ୍ନ ଖେଳ କୁଦ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ଉପସ୍ଥିତ ଅତିଥି | ଶେଷରେ ସାଂକୃତିକ ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

error: Content is protected !!