ଖୋର୍ଦ୍ଧା : (ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅଧିନସ୍ଥ ପୋଡାଡିହ ଗ୍ରାମସ୍ଥିତ ଭାରତୀୟ ବିଦ୍ୟା ନିକେତନର ସପ୍ତଦଶତମ ସାମ୍ବତ୍ସରିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି l ଉକ୍ତ ଉତ୍ସବରେ ପର୍ଶୁରାମ ମିଶ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ଉପନିବନ୍ଧକ ଅମିତ୍ କୁମାର ସେଠୀ ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ତଥା ଶିକ୍ଷକ ଅଖିଳେଶ ମହାପାତ୍ର ପ୍ରବଚକ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ପ୍ରାକ୍ତନ ସରପଞ୍ଚ ସନ୍ତୋଷ କୁମାର ମାଣିକ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ଓ ବିଦ୍ୟାଳୟର ବିକାଶ ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ

l ପ୍ରତିଷ୍ଠାତା ସମ୍ପାଦକ ଶୁଭକାନ୍ତ ମହାପାତ୍ର ସଂପାଦକୀୟ ଓ ବିଦ୍ୟାଳୟ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ସୁଧାକର ସେଠୀ ମଞ୍ଚ ସଂଯୋଜନା କରିଥିଲେ l ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ପୁରାତନ ଛାତ୍ର ରୁଦ୍ରନାରାୟଣ ମହାପାତ୍ର ଙ୍କ ବଳିଷ୍ଠ ନିର୍ଦ୍ଦେଶନା ରେ ନାଟକ “ବାର୍ଦ୍ଧକ୍ୟ ବେଦନା” ମଞ୍ଚସ୍ଥ ହୋଇଥିବା ବେଳେ ପୁରାତନ ଛାତ୍ର ବିଶlଲ୍ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧlନ ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ନାଚ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରଧାନ ଆଚାର୍ଯ୍ୟା ସୁକାନ୍ତି ନାୟକ ଉତ୍ସଵ ର ସଂଯୋଜନା କରିଥିବା ବେଳେ ସହଯୋଗ କରିଥିଲେ ଗୁରୁମା ଜ୍ୟୋତ୍ସ୍ନାମୟୀ ଜେନା,ଗୀତାଞ୍ଜଳି ପ୍ରଧାନ ଭାରତୀ ପ୍ରହରାଜ, ବିଷ୍ଣୁପ୍ରିୟା ତ୍ରିପାଠୀ,ମୋନାଲିସା ପଟ୍ଟନାୟକ ,ସୁଜାତା ମହାନ୍ତି, ସୁଜାତା ପାଣିଗ୍ରାହୀ, ସୁଧଲତା ପାତ୍ର, ରୂପଶ୍ରି ବେହେରା,ଚିନ୍ମୟୀ ମହାପାତ୍ର ପ୍ରମୁଖ । ପ୍ରାକ୍ତନ ଗୁରୁଜୀ ପ୍ରଭାକର ବିଶ୍ଵାଳ ସହଯୋଗ ସହ ଭlଗବତ୍ ପ୍ରେମୀ ତଥା ଅଭିଭାବକ ସୁଦର୍ଶନ ଚମ୍ପତି ସହ ବହୁ ଅଭିଭାବକ କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିଲେ ।ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ଥିଲେ ପୁରାତନ ଛାତ୍ର ଛାତ୍ରୀ ମାନେ।ଭାରତୀୟ ବିଦ୍ୟା ନିକେତନର ମୁଖପତ୍ର ପ୍ରଶସ୍ଥିକା ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା ଏବଂ ସମସ୍ତ ଅତିଥିମାନଙ୍କୁ ପ୍ରୀତି ଉପହାର ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା l ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟର ୫ଜଣ ଛାତ୍ରଛାତ୍ରୀ ତାଙ୍କର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଯଥା ଦକ୍ଷ ନେତୃତ୍ୱ ପାଇଁ ଅlଦ୍ୟlସା କର ବିଦ୍ୟାଳୟର ଗର୍ବ ଓ ଗୌରବ ଆଦିତ୍ୟ ଛୋଟରାୟ, ଶୃଙ୍ଖଳା ରେ ଛାତ୍ରୀ ସ୍ମୃତିପ୍ରୀୟା ପ୍ରିୟଦର୍ଶିନୀ,ସର୍ବାଧିକ ଉପସ୍ଥାନ ରେ ଅlଞ୍ଚଲ ତ୍ରିଶ୍ଣ l ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଦେବାନସୀ ମିଶ୍ର ପ୍ରମୁଖ ଙ୍କୁ ଚମ୍ପିଅନ ଟ୍ରଫି ଦେଇ ଉତ୍ସାହିତ କରାଯାଇଥିଲା ।

ଶେଷରେ ଗୁରୁମା ସୁକାନ୍ତି ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l ଆମେ ମାଟିକୁ ଯେ ପରି ରୁପ ଦେବା ସେ ପରି ହେବ ଓ ସମସ୍ତ ଅଭିଭାବକ ପିତାମାତା ମାନେ ଭଲ ମଣିଷ ଗଢିବାର ସଂକଳ୍ପ ନିଅନ୍ତୁ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ l ଶିଶୁ ଭାଇ ଭଉଣୀ ମାନକ ଦ୍ଵାରା ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ବେଶ ମନମୁଗ୍ଧକର ଥିଲା । ଗୋଟିଏ ନିଆରା କଥା ଦେଖିବାକୁ ମିଳିଲା ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସମସ୍ତ ଅଭିଭାବକ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ମହାପାତ୍ର ସମସ୍ତ ଅଭିଭାବକ ଓ ଅନୁଷ୍ଠାନ ର ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ଆସନ୍ତା ଶ୍ରୀ ପଞ୍ଚମୀ ପବିତ୍ର ସରସ୍ଵତୀ ପୂଜା ଠାରୁ ନୂତନ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।