ଖୋର୍ଦ୍ଧା :(ଆମ ଓଡ଼ିଶା ଖବର)ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ । ଏହି ବୟାନ କଂଗ୍ରେସର ସାମନ୍ତବାଦୀ ମାନସିକତା, ସେମାନଙ୍କ ଅହଂକାର ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ପ୍ରତି ସେମାନଙ୍କର ନିରାଶା ତଥା ମହିଳା ବିରୋଧୀ ମାନସିକତାକୁ ପ୍ରତିଫଳିତ କରୁଛି । କଂଗ୍ରେସର ଚିନ୍ତାଧାରା ସବୁବେଳେ ଏସସି-ଏସଟି-ଓବିସି ଏବଂ ମହିଳା ବିରୋଧୀ ରହିଆସିଛି । ପୁଣି ଥରେ ଆଜି କଂଗ୍ରେସ ସେହି ମାନସିକତାର ପରିଚୟ ଦେଇଛି । ଆଗରୁ ମଧ୍ୟ କଂଗ୍ରେସ ଦଳ ରାଷ୍ଟ୍ରପତି ଦୌପଦି ମୁର୍ମୁଙ୍କୁ ଅପମାନିତ କରିଥିଲା l ଅଯୋଧ୍ୟା ରାମମନ୍ଦିରକୁ ରାଷ୍ଟ୍ରପତି ଦର୍ଶନ କରିବା ପରଦିନ ଏହାକୁ ଗଙ୍ଗାଜଳରେ ଶୋଧନ କରିବା କଥା କଂଗ୍ରେସର ଜଣେ ନେତା କହିଥିଲେ l ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେ ବି ବରଦାସ୍ତ କରିପାରିବେ ନାହିଁ । କଂଗ୍ରେସ କେବଳ ଏସଟି ସମ୍ପ୍ରଦାୟକୁ ଅପମାନିତ କରିନାହିଁ ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି । ଜଣେ ମହିଳା ଏବଂ ଓଡ଼ିଶାକୁ ଅପମାନିତ କରିଛନ୍ତି । ଓଡିଶା ବାସି କେବେ ବି ଏହାକୁ ଗ୍ରହଣ କରିବେ ନାହିଁ l ରାଷ୍ଟ୍ରପତିଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗିବା ଦରକାର ବୋଲି ବୋଲଗଡ଼ ବେଗୁନିଆ ବିଜେପି ପକ୍ଷରୁ ପ୍ରବାଦ କରିଛନ୍ତି ।ଏଥି ପାଇଁ ଆଜି ସଂନ୍ଧ୍ୟା ୬ଟା ରୁ ୭ ଭିତରେ ସବୁ ବିଧାନସଭା ସ୍ତରରେ ଧାରଣା କାର୍ଯ୍ୟକ୍ରମ କରିବାକୁ ପଡିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦେଇଛନ୍ତି l ଏଥି ପାଇଁ ଶୁକ୍ରବାର ସନ୍ଧ୍ୟା ୬ଟାରେ ବେଗୁନିଆ ବୋଲଗଡ଼ ବିଧାୟକ ପ୍ରାଥୀ ପ୍ରକାଶ ଚନ୍ଦ୍ର ବିଜୁଳିଙ୍କ ନେତୃତ୍ବରେ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବେଗୁନିଆ ବୋଲଗଡ଼ର ବିଜେପି ଦଳର ଶତାଧିକ ଛାମୁଆ କର୍ମୀ ମାନଙ୍କୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ବିରୋଧ ମନ୍ତ୍ୟବ ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଏହି ପ୍ରତିବାଦରେ ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ସୁବୁଦ୍ଧି , ବୋଲଗଡ଼ ପଞ୍ଚାୟତ ବିଜେପି ସଭାପତି ସୁଦର୍ଶନ ଜେନା , ଜିଲ୍ଲା ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ପ୍ରଧାନ , ବ୍ଲକ ଉପସଭାପତି ଦୀପକ ଦଳାଇ , ସମ୍ପାଦକ ଅକ୍ଷୟ କୁମାର ମହାରଣା , ରତ୍ନାକର ମହାରଣା , ଡାବର ଧୁଆ ପାଟଣା ପଞ୍ଚାୟତ ସଭାପତି ବନ୍ଧୁ କୁମାର ଭୋଳ , ବଳଭଦ୍ର ମହାରଣା , ସୋମନାଥ ମହାପାତ୍ର ,ନୀଳମଣି ମାର୍ଥା ପ୍ରମୁଖ ଶତାଧିକ ବିଜେପି କର୍ମୀ ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ ଜଣାଇଛନ୍ତି ।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
More Stories
IPS caught taking bribe, Rs 5 crore cash, expensive car and gold bars.
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।