ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର 31 ତମ ବାର୍ଷିକ ଉତ୍ସବ ପାଳିତ l

ଗଞ୍ଜାମ ବାଲିପଦର( ଆମ ଓଡିଶା ଖବର)ଆଜି ଅର୍ଥାତ ତା 03.02.2025 ରିଖରେ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର 31 ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସରୋଜ କାନ୍ତ ଦାସ ସଭାପତିତ୍ୱ କରିଥିବା ବେଳେ ଓଡିଶା ସରକାର ଙ୍କ ମଛ୍ୟ ପଶୁସମ୍ପଦ ବିକାଶ ଓ ଅଣୁ,କ୍ଷୁଦ୍ର ଏବଂ ମାଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଛାତ୍ରଛାତ୍ରୀ ମାନେ କଠୋର ପରିଶ୍ରମ ଓ ନିଷ୍ଠାର ସହ ଅଧୟନ କରି, ଚାକିରୀ ପଛରେ ନ ଗୋଡ଼ାଇ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କୁ ଚାକିରୀ ଯୋଗାଇ ଦେବାକୁ ପ୍ରବାର୍ତ୍ତାଇ ଥିବା ବେଳେ ପ୍ରାକ୍ତନ ଅଧକ୍ଷ, ଭଞ୍ଜ ଗବେଷକ ଡ଼କ୍ଟର କମ୍ଭୁପାଣି ସାମନ୍ତ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ। ଆନ୍ୟ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ +3 ବିଭାଗ ର ଅଧକ୍ଷ ଶ୍ରୀ ଗୋପୀନାଥ ମହାନ୍ତି, ଅର୍ଥନୀତି ବିଭାଗର ପ୍ରାଧ୍ୟପକ ଶ୍ରୀ ବିଭୁତି ଭୂଷଣ ବେଵର୍ତା, ପ୍ରାକ୍ତନ ସରପଞ୍ଚ ଶ୍ରୀ ରବୀନ୍ଦ୍ର କୁମାର ପରିଡା, ପ୍ରାକ୍ତନ ସମିତିସଭ୍ୟ ଶ୍ରୀ ମହେନ୍ଦ୍ର ପ୍ରସାଦ ପଣ୍ଡା, ପ୍ରାକ୍ତନ ସରପଞ୍ଚ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ରହିଥିଲେ । ଏହି ପ୍ରରିପ୍ରେକ୍ଷୀ ରେ ବିଭିନ୍ନ କ୍ରୀଡା ଓ ସଂସ୍କୃତିକ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଟ୍ରଫି ଓ ମାନ ପତ୍ର ଦେଇ ପୁରସ୍କୃତ କରିଥିଲେ। ଉକ୍ତ ଉତ୍ସବରେ ଅଧ୍ୟାପକ ଡ଼କ୍ଟର ଶ୍ରୀ ଏ ଜିତେଶ ରାଓ ଦୋରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାଧ୍ୟାପକ ଡ଼କ୍ଟର ଶିଶିର କୁମାର ନାୟକ, ଶ୍ରୀମତୀ ସୁଜାତା କୁମାରୀ ପଟ୍ଟନାୟକ, ଶ୍ରୀମତୀ ସ୍ମିତାରାଣୀ ସାହୁ, ଶ୍ରୀ ସଞ୍ଜୟ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ଅଧକ୍ଷ ଡ଼କ୍ଟର କମ୍ବୁପାଣି ସାମନ୍ତ, ଡେମନଷ୍ଟେଟର ସର୍ବଶ୍ରୀ ରଶ୍ମିରଂଜନ ତ୍ରିପାଠୀ ଓ ପ୍ରଦ୍ୟୁମ୍ନ କୁମାର ପାଢୀଙ୍କୁ ସ୍ୱତନ୍ତ୍ର ଭାବେ ମନ୍ତ୍ରୀ ଙ୍କ ଦ୍ଵାରା ସମ୍ଭର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଡ଼କ୍ଟର ଦିଲୀପ କୁମାର ପ୍ରଧାନ, ଭଞ୍ଜ କିଶୋର ଗୌଡ଼ ଓ ଉମା ଚରଣ ଗୌଡ଼ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ପରିଶେଷରେ ଡେମୋନଷ୍ଟେଟର ଜ୍ଞାନ ଚାନ୍ଦ ଗୌଡ଼ ଉପସ୍ଥିତ ସମସ୍ଥ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ଗଞ୍ଜାମ ଜିଲ୍ଲା ପ୍ରତିନିଧି ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!