ଆର ଏନ ଏସ ଗୁରୁକୁଳର ବାର୍ଷିକ ଉତ୍ସବ ଉଦଯାପିତ

ରିପୋର୍ଟ :ଦେବାଶିଷ ମହାରଣା

ବେଗୁନିଆପଡା,(ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ସ୍ଥିତ ଆର ଏନ ଏସ ଗୁରୁକୁଳର ଦୁଇ ଦିନିଆ ଏକାଦଶ ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ଏହି ଉତ୍ସବକୁ ସ୍ଥାନୀୟ ସରପଞ୍ଚ ସୁଷମା ତିଆଡ଼ି ଉଦଘାଟନ କରିଥିବା ବେଳେ ସଭାପତି ବସନ୍ତ କୁମାର ବାରିକଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ ଏନ ଏସ ଚିଲିକା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଚିନ୍ମୟ କୁମାର ପରିଡା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଦେବେନ୍ଦ୍ର କୁମାର ମହାରଣା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଅନ୍ୟତମ ଶିକ୍ଷକ ରଞ୍ଜନ କୁମାର ଦ୍ୱାରି, ବରିଷ୍ଠ ଶିକ୍ଷକ ପ୍ରବୋଧ ଚନ୍ଦ୍ର ମୁଦ୍ରା ସାଙ୍କୁଡ଼ା ନାଏବ ସରପଞ୍ଚ ଗଦାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉଦଯାପନୀ ଉତ୍ସବରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ମୁଖ୍ୟବକ୍ତା ଭାବେ ଧବଳେଶ୍ୱର ବିଦ୍ୟାପୀଠର ଶିକ୍ଷକ ନୀଳକଣ୍ଠ ଦାଶ, ସମ୍ମାନିତ ଅତିଥି ଭାବେ ଅଲ ଇଣ୍ଡିଆ ସ୍ମାର୍ଟ ଭିଜନ ଲେର୍ଣ୍ଣିଙ୍ଗ ସିଷ୍ଟମର କନଭେନର ରାଜ୍ୟଶ୍ରୀ ସାହୁ,ଅବସରପ୍ରାପ୍ତ ସେନା କର୍ମଚାରୀ ଜଗତଜିବନ ପାତ୍ର ଓ ଫୋକସ ପ୍ଲସ ସାମ୍ବାଦିକ ଦେବାଶିଷ ମହାରଣା, ସମିତିସଭ୍ୟ ଅଶୋକ କୁମାର ତାରିଣୀ,ବୁଟୁଝୁରି ସରପଞ୍ଚ ବିନୋଦ ଚନ୍ଦ୍ର ଜେନା, ତାଳସର ସମିତିସଭ୍ୟ ମାଧବ ରାଉତ,ସମାଜସେବୀ କମଳ ସ୍ୱାଇଁ, ସି ଆର ସି ସି ସିମାଞ୍ଚଳ ପରିଡା ପ୍ରମୁଖ ଯୋଗଦେଇଥିବା ବେଳେ ଅନୁଷ୍ଠାନର ମୁଖ୍ୟ ପୁରୁଷୋତ୍ତମ ସ୍ୱାଇଁ ଉପସ୍ଥିତ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ବେଶ ସହଯୋଗ କରିଥିଲେ | ତପସ୍ୱିନୀ ଜେନା ଓ ସୋନାଲି ସୁମନ୍ତରାୟ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

error: Content is protected !!