କୋଦଳା କୋର୍ଟ ଇଲେଭେନ ସହ ଆଡମିନ ଇଲେଭେନର ବନ୍ଧୁତ୍ୱପୁର୍ଣ କ୍ରିକେଟ ମ୍ୟାଚ

ଆଡମିନ ଇଲେଭେନ ବିଜୟୀ

ରିପୋର୍ଟ :ଦେବାଶିଷ ମହାରଣା

କୋଦଳା, (ଆମ ଓଡିଶା ଖବର):କୋଦଳା ଡାକ ବଙ୍ଗଳା ପଡିଆ ଠାରେ କୋଦଳା କୋର୍ଟ ଇଲେଭେନ ସହ ଆଡମିନ ଇଲେଭେନ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି | କୋଦଳା କୋର୍ଟ ଆଇନଜୀବିଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଟ୍ୱ୍ୟେଣ୍ଟି ଟ୍ୱ୍ୟେଣ୍ଟି କ୍ରିକେଟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା କୋର୍ଟ ଇଲେଭେନ ଦଳ | ଦଳ ର କ୍ୟାପେଟେନ କୋଦଳା କୋର୍ଟର ଏଡିଜେ ବିଶ୍ୱ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ପଡିଆକୁ ଓଲ୍ହାଇଥିଲା ଦଳ | କୋଡିଏ ଓଭର ବ୍ୟାଟିଂ କରି 154 ରନର ଏକ ବୃହତ ଟାର୍ଗେଟ ଦେଇଥିଲେ ଖେଳାଳି | ହେଲେ ଦ୍ୱିତୀୟ ଇନିଂସ ର ବ୍ୟାଟିଂରେ ଆଡମିନ ଇଲେଭେନର କ୍ୟାପଟେନ ତରଣୀ ସେନ ଦେଉରି ଏବଂ ଭଗବାନ ସ୍ୱାଇଁ ଓପେନିଙ୍ଗ କରି ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ | ଭଗବାନ ସ୍ୱାଇଁ ଚମତ୍କାର ବ୍ୟାଟିଂ କରି 49 ରନ ସଂଗ୍ରହ କରିଥିବା ବେଳେ ତରଣୀସେନ ଦେଉରି ଶେଷ ପର୍ଯ୍ୟନ୍ତ ନଟଆଉଟ ରହି ଟିମ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ଖେଳ ଶେଷରେ ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ମ୍ୟାନ ଅଫ ଦ ମ୍ୟାଚ ଭାବେ କୋଦଳା ଜେଏମଏଫସି ହିମାଂଶୁ ଶେଖର ଆଚାର୍ଯ୍ୟ ଟ୍ରଫି ଗ୍ରହଣ କରିଥିବା ବେଳେ ମ୍ୟାନ ଅଫ ଦ ସିରିଜ ଏଡିଜେ ବିଶ୍ୱ ରଞ୍ଜନ ବେହେରା ଟ୍ରଫି ହାତେଇ ଥିଲେ | ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ତରଣୀ ସେନ ଦେଉରି ଙ୍କୁ ପୁରସ୍କୃତ କରିଥିଲେ କୋଦଳା ବାର ଆସୋସିଏସନ ସଭାପତି ପୁର୍ଣ ଚନ୍ଦ୍ର ମିଶ୍ର ଏବଂ ବରିଷ୍ଠ ଆଇନଜୀବି ଉଦୟ ନାଥ ପ୍ରଧାନ | ଖେଳ କୁ ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି ଉଭୟ ଦଳର କ୍ୟାପଟେନଙ୍କ ସମେତ କୋଦଳା ବାର ଆସୋସିଏସନ ସଭାପତି | ଏହି ଖେଳକୁ ପରିଚାଳନା କରିଥିଲେ ସରକାରୀ ଆଇନଜୀବି ନୀଳାଞ୍ଚଳ ପଲେଇ | ଏହି ଖେଳରେ ଅବନୀ ଶଙ୍କର ମିଶ୍ର,ମାନସ କୁମାର ମିଶ୍ର ପ୍ରମୁଖ ସମ୍ପୂର୍ଣ ସହଯୋଗ କରିଥିଲେ | ଖେଳକୁ ଉପଭୋଗ କରିବା ସହିତ ଖେଳ ଓ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ବିଜେପି ଯୁବନେତା ତଥା ବିଶିଷ୍ଠ ସମାଜସେବୀ ଶ୍ରୀ ଚିତ୍ରସେନ ପରିଡା | ମ୍ୟାଚକୁ ରାଜେଶ ମାହାନ୍ତି, ଯୋଗେଶ ମାହାନ୍ତି ଓ କୃଷ୍ଣ ସାମଲ ପ୍ରମୁଖ ପରିଚାଳନା କରିଥିଲେ | ଖେଳାଳୀ ମାନଙ୍କ ମଧ୍ୟରେ ବାଳକୃଷ୍ଣ ପାଣ୍ଡୀ, ପ୍ରଶାନ୍ତ ଆଚାରୀ, ଜମିର ଅଲ୍ଲୀ ଖାନ,ଭାସ୍କର ସ୍ୱାଇଁ, ବ୍ରଜବନ୍ଧୁ ଦଳବେହେରା, ଭଗବାନ ମହାପାତ୍ର,ଶୋଭାରାଣୀ ସାହୁ, ସନ୍ୟାସୀ ସାହୁ ପ୍ରମୁଖ କୋର୍ଟ ଇଲେଭନ ଦଳରେ ଖେଳିଥିବା ବେଳେ ଆଡମିନ ଇଲେଭେନ ଦଳରେ ବିରଞ୍ଚି ନାରାୟଣ ସାମଲ, ଅମୁଲ୍ୟରତ୍ନ ବ୍ୟୁରୋ,ଗଣେଶ ବରାଡ଼,ରମେଶ ଖଟେଇ, ଗୋବର୍ଧନ ରେଡି, ଜୟଦେବ ବେହେରା , ଅସୀମ ସ୍ୱାଇଁ, ନିର୍ମଳ ତରାଇ, ଅମର ତରାଇ,ରମାନନ୍ଦ ମିଶ୍ର, ଦୀପକ ଶବର ପ୍ରମୁଖ ଖେଳିଥିଲେ |

error: Content is protected !!