ରିପୋର୍ଟ :ଦେବାଶିଷ
ବେଗୁନିଆପଡ଼ା (ଆମ ଓଡିଶା ଖବର): ଜୀବନ ଦ୍ୟୁତି ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ,ନୂଆଗଡ଼ ଓ ହଂସତୁଳି ଯୁବକ ସଙ୍ଘ ର ମିଳିତ ସହଯୋଗରେ ରବିବାର ଦିନ ଏକ ହରିଣ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସେଠୀ, ଦେବେନ୍ଦ୍ର ମହାରଣା,ସମାଜସେବୀ ପ୍ରଶାନ୍ତ ପାତ୍ର,ଭ୍ରମରବର ଭୂୟାଁ, ଶିକ୍ଷକ ଗୌରହରି ପଲେଇ,ଶିକ୍ଷକ ମଧୁସୂଦନ ସେଠୀ, ସୁଶାନ୍ତ ସ୍ୱାଇଁ,ଶ୍ରୀକାନ୍ତ ଭୂୟାଁ,ବାଇଧର ମଣ୍ଡଳ, ସରୋଜ ସାହୁ, ସୁମଣ୍ଡଳ ଫରେଷ୍ଟର ସନ୍ତୋଷ କୁମାର ମଲ୍ଲିକ ସମେତ ବନ ବିଭାଗ କର୍ମଚାରୀ, ଛାତ୍ରଗଣ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଉପସ୍ଥିତ ଅତିଥି ମାନେ ନିରୀହ ତୃଣଭୋଜୀ ପ୍ରାଣୀ ହରିଣ ସୁରକ୍ଷା ଉପରେ ଆଲୋକପାତ କରିଥିଲେ | ଜୀବନଦ୍ୟୁତି ଏଜୁକେଶନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ , ନୂଆଗଡ ଏବଂ ହଂସତୁଳି ଯୁବକ ସଙ୍ଘ ଓ ଛାତ୍ରମାନଙ୍କୁ ନେଇ ଏକ ସାଇକେଲ ରାଲି କରାଯାଇଥିଲା | ଏହି ରାଲି ନୂଆଗଡ଼ ସ୍ଥିତ ହନୁମାନ ମନ୍ଦିର ଠାରୁ ଶୁଭାରମ୍ଭ ହୋଇ ଅଙ୍ଗାରଗାଁ, ଡ଼ାଇକି ଛକ, କୁମାରିପାରି, କୁମ୍ଭାରଗାଁ, ତାଳଗାଁ, ହଂସତୁଳି ଗ୍ରାମଗୁଡିକ ପରିକ୍ରମା କରି ପଥପ୍ରାନ୍ତ ସଭା ଆୟୋଜନ ସହ ହରିଣ ସୁରକ୍ଷା ଉପରେ ଜନ ସଚେତନତା କରାଯାଇଥିଲା | ଏଥିରେ ଟ୍ରଷ୍ଟ ସମ୍ପାଦକ ଟୁକୁନା ପ୍ରଧାନ, ସନ୍ତୋଷ କୁମାର ଭୂୟାଁ, ଯୁବକ ସଂଘ ପ୍ରତିଷ୍ଠ।ତା ଗୌତମ ସ୍ବାଇଁ, ସଭାପତି ଯୋଗିରାମ ଜେନା, ସମ୍ପାଦକ ଜୟରାମ ଜେନା, ଉପସଭାପତି ନାରାୟଣ ଜେନା ସଭ୍ୟ ଅବନି କୁମାର ସ୍ବାଇଁ, ରଞ୍ଜିତ ସ୍ବାଇଁ, ସୁଶାନ୍ତ ଜେନା, ଶତୃଘ୍ନ ସ୍ବାଇଁ, ପ୍ରଭାତ ଜେନା, ଅଲେଖ ପାତ୍ର, ମୁନା ଜେନା, ଆକାଶ ପାତ୍ର, ମହାନ୍ତ ଭୂୟାଁ, କୃଷ୍ଣ ପ୍ରଧାନ ସମେତ ଅନ୍ୟ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।
More Stories
ବାଲିପଦର ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ l
ବି.ନୁଆଁଗାଁରେ ସୃଷ୍ଟି ପବ୍ଲିକ ସ୍କୁଲ ଉଦଘାଟିତ
ସାରୁବନ୍ଧର ପୁନଃରୁଦ୍ଧାର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ