ରାୟଗଡ଼ା (ଆମ ଓଡ଼ିଶା ଖାବର )ବ୍ଲକ ର ବିଭିନ୍ନ ଗ୍ରାମର 196 ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଡାକ୍ତର ଦଳ ଭିନ୍ନକ୍ଷମଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ 22 ଜଣ ଦୃଷ୍ଟିଶକ୍ତି ବାଧିତ, 51 ଜଣ କର୍ଣ୍ଣ, ନାସା ଓ ଗଳ। ଶକ୍ତି ବାଧିତ, 77 ଜଣ ଶାରୀରିକ ବାଧିତ, 19 ଜଣ ମାନସିକ ଭିନ୍ନକ୍ଷମ, 18 ଜଣ ସିପି, ଓ 9 ଜଣ ରକ୍ତ ହୀନତା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ 4 ଜଣଙ୍କୁ ଚକ ଲଗା ଚଉକି, 1 ଜଣଙ୍କୁ ଆଶା ବାଡି ଓ 2 ଜଣଙ୍କୁ ଚାଲିବା ବାଡି ପ୍ରଦାନ କରାଗଲା। ବିଡିଓ ରିନା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହି, ଭାର ପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ପ୍ରଭାତ କୁମାର ଶବର, ରାଜ ଶେଖର ପେଦିନା, ବିଭାଗୀୟ ଅଧିକାରୀ, ହିସାବ ଅଧିକାରୀ, ଗ୍ରା.ପ. ସମ୍ପ୍ରସାରଣ ଅଧିକାରୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଯୋଗାଣ ଅଧିକାରୀ, ଅମରେନ୍ଦ୍ର ନାଥ ସମ୍ପାଦକ, ରାୟଗଡ଼ା ଭିନ୍ନକ୍ଷମ ମହାସଂଘ, ସନ୍ତୋଷ ମହାପାତ୍ର ସଭାପତି କୋଲନରା ବ୍ଲକ ଭିନ୍ନକ୍ଷମ ମହାସଂଘ ଏବଂ ଅନ୍ୟାନ୍ୟ ବ୍ଲକ ଓ ଗ୍ରାମ ପଞ୍ଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।