ରୟାଗଡ଼:(ଆମ ଓଡ଼ିଶା ଖାବର )-ତା. ୧୧/୦୨-ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅନୁକୁଲ୍ୟରେ ରାୟଗଡା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ତା ୧୧.୦୨.୨୦୨୫ ରିଖରେ ଶ୍ରମିକ ସଚେତନତା ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି | ଏହି ଶ୍ରମିକ ସଚେତନତା ରଥକୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଶୁଭାରମ୍ଭ କରିଛନ୍ତି | ଏହା ଚଳିତ ମାସସାରା ଜିଲ୍ଲାର କୋଣ ଅନୁକୋଣ ପରିଭ୍ରମଣ କରି ସରକାରଙ୍କ ତରଫରୁ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା, ପ୍ରବାସୀ ଶ୍ରମିକ ଆଇନ ଓ ଶିଶୁ ଶ୍ରମିକ ନିରୋଧ ଆଇନ ବିଷୟରେ ସଚେତନତା ସୃଷ୍ଟି କରିବ | ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ସୁବାଷ ମଣ୍ଡଳ, ସମସ୍ତ ସହକାରୀ ଶ୍ରମ ଅଧିକାରୀ, DCPU ସଦସ୍ୟ ଓ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଆଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।