ରାୟଗଡା :(ଆମ ଓଡ଼ିଶା ଖାବର )୧୨/୨/୨୦୨୫ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାବରିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସଂଯୋଜନାରେ ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ ଏକ ଦିନିଆ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଏକ୍ସପୋଜର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି I ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗର ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ଦାସ, ଆକ୍ସନ ଏଡ଼ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତନେଶ୍ୱର ସାହୁ ବରିଷ୍ଠ ରାଜସ୍ବ ସହାୟକ ସୂର୍ୟ୍ଯ ନାରାୟଣ ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରୁଛନ୍ତି I ଏହି କାର୍ଯ୍ୟକ୍ରମ ଅଧୀନରେ କିଶୋର କିଶୋରୀ ମାନେ ଭୂବନେଶ୍ୱର ସ୍ଥିତ ଓ୍ବାର୍ଲ୍ଡ ସ୍କିଲ ସେଣ୍ଟର,କଳିଙ୍ଗ ଷ୍ଟାଡିୟମ ଓ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଭ୍ରୁଡି ବୁଲି ଦେଖିବେ I ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବିନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରି ଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୁମାରୀ ବିଚିତ୍ରା ସେଠି, ରାୟଗଡ଼ା ସିଡିପିଓ ମିନାକ୍ଷୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।। ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାୟ ୪୫ ଜଣ କିଶୋର କିଶୋରୀ, ସୁପରଭାଇଜର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଛନ୍ତି।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
ରାୟଗଡ ଜିଲ୍ଲା ରେ ଆମ୍ବର ଅହେତୁକ ଅଭାବ ବିକ୍ରି : ପ୍ରତିକାର ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ।
ଆଇନସେବା ପ୍ରାଧିକରଣ ରୟଗଡ ଦ୍ୱାରା ଆଇନ ସଚେତନତା ଶିବିର।
SMT. SUSHILA SABAR, CDPO, BISAMCUTTACK AND SRI RAMA CHANDRA PATRA, ACCOUNTANT NABBED BY ODISHA VIGILANCE WHILE TAKING BRIBE RS 80,000/- FOR APPOINTMENT OF A DONGARIA KANDHA TRIBAL LADY AS ANGANWADI WORKER*.