ପ୍ରାଥମିକ ବିଦ୍ୟାଳୟର ୧୦୨ ତମ ବାର୍ଷିକ ଉତ୍ସବ ଉଦଯାପିତ l

ଗଞ୍ଜାମ :- (ଆମ ଓଡିଶା ଖବର)ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢ ପୁର ପଞ୍ଚାୟତ ଅଧୀନ ପୁଡୁଗେଶ୍ଵରପଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୦୨ତମ ବାର୍ଷିକ ଉତ୍ସବ ଉଦଯାପିତ ତତ୍ ସହିତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ମଧ୍ୟରେ ଶୃଙ୍ଖଳା ଓ ଅତି ବର୍ଣ୍ଣାଢ଼୍ୟ ପରିବେଶରେ ଉଦଯାପିତ। ବାର୍ଷିକୀ ଉତ୍ସବ କାର୍ଯ୍ୟ କ୍ରମ ରେ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ସୁଶ୍ରୀ ସଙ୍ଗୀତା ସେଣ (ତହସିଲଦାର ଆସିକା), ଶ୍ରୀ ଯୁକ୍ତ ଟି ଭି ଭାସ୍କର ରାଓ ମୂଖ୍ୟ ବକ୍ତା, ଶ୍ରୀ ଯୁକ୍ତ ଅଜିତ୍ କୁମାର ପଟ୍ଟନାୟକ ବକ୍ତା ଭାବେ। ସମ୍ମାନୀୟ ଅତିଥି ଶ୍ରୀ ମତୀ ମୁନ ରାଣି ମାହାନ୍ତି, ଶ୍ରୀ ବିଭୁନନ୍ଦନ ପଣ୍ଡା, ଶ୍ରୀ ବିଭୁତି ଭୁଷଣ ପଢିଆରୀ, ଶ୍ରୀ ମତୀ ଜୟନ୍ତୀ ବେହେରା ଓ ଶ୍ରୀ ସୂର୍ଯ୍ୟନାରାୟଣ ନାହାକ ଏବଂ ଶ୍ରୀ ଜୟରାମ ନାୟକ ପ୍ରମୁଖଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା ହୋଇଥିଲା।କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ ଅତିଥି ଓ ଗ୍ରାମ ବାସୀଙ୍କ ଭାବନାକୁ ଉଦ୍ରେକ ଲାଗି କୁନି କୁନି ଛାତ୍ରଛାତ୍ରୀମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ନାଚ ଗୀତ ପରିବେଷଣ କରିଥିଲେ।

କାର୍ଯ୍ୟ କ୍ରମ କୁ ପ୍ରଧାନ ଶିକ୍ଷୟିତ୍ରୀ,ସହ କର୍ମୀ ଓ ଛାତ୍ରଛାତ୍ରୀ ସାଙ୍ଗ କୁ ଗ୍ରାମ ର କିଛି ସମାଜ ସେବି ଯଥା ଶ୍ରୀ ବିଜୟ କୁମାର ନାହାକ, ଶ୍ରୀ ସନ୍ୟାସୀ ନାହାକ, ଶ୍ରୀ ସନ୍ତୋଷ ବେହେରା, ଶ୍ରୀ ଅର୍ଶୁଲ ସ୍ବାଇଁ, ଶ୍ରୀ ପ୍ରଦୀପ କେଶରୀ ରାଉତ, ଶ୍ରୀ ସଙ୍ଗ୍ରାମ ମାହାନ୍ତି ଓ ଶ୍ରୀ ଶିବରାମ ନାହାକ ପ୍ରମୁଖ ବ୍ୟକ୍ତିବିଶେଷ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ବାର୍ଷିକ ଉତ୍ସବ କୁ ଗ୍ରାମ ବାସୀ ଙ୍କ ସହଯୋଗ ଅତ୍ୟନ୍ତ ଉତ୍ସାହଜନକ ପରିଲକ୍ଷିତ ହେଉଥିଲା।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ୍ ଓଡ଼ିଶା ଖବର

error: Content is protected !!