ଗଞ୍ଜାମ:(ଆମ ଓଡ଼ିଶା ଖାବର ) ବ୍ରହ୍ମପୁର ଦିନାଙ୍କ ୧୧/୦୨/୨୦୨୫ ମଙ୍ଗଳବାର ଦିନ ବ୍ରହ୍ମପୁର ସ୍ଥାନୀୟ ଧର୍ମନଗର ସ୍ଥିତ ଗିରିଜା ରେଷ୍ଟୁରାଣ୍ଟ ରୁ ଜଣେ ଯୁବକଙ୍କ ଗଲିତ ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବକ ଜଣକ ରେଷ୍ଟୁରାଣ୍ଟ ର କର୍ମଚାରୀ ହୋଇଥିବାବେଳେ ସେ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ପ୍ରେମାନନ୍ଦ ମଲ୍ଲିକ ବୟସ ୨୪ ବର୍ଷ ବୋଲି ଜଣାପଡିଛି । ପ୍ରେମାନନ୍ଦଙ୍କ ଶବ ଗିରିଜା ରେଷ୍ଟୁରାଣ୍ଟ ର ଏକ ପାଇଖାନା ଭିତରେ ପଡ଼ି ରହିଥିଲେ ମଧ୍ୟ ରେଷ୍ଟୁରାଣ୍ଟ ର ମାଲିକ କିମ୍ବା କର୍ମଚାରୀ ମାନେ କେହି ଭି ଜାଣିପାରିନଥିଲେ। ତେବେ ଆଜି ସକାଳୁ ପାଇଖାନା ରୁ ଅତ୍ୟଧିକ ଦୁର୍ଗନ୍ଧ ହୋଇଥିବାରୁ ଅନ୍ୟ ହୋଟେଲ କର୍ମଚାରୀ ମାନେ ପାଇଖାନା କବାଟ ଖୋଲିବାକୁ ଚେଷ୍ଟା କରିଥିଲେ ଯାହାକି ଭିତରୁ ବନ୍ଦ ରହିଥିଲା, ବାରମ୍ୱାର କବାଟ ଖୋଲିବାକୁ ପ୍ରୟାସ କଲାପରେ କବାଟ ଖୋଲିଥିବାରୁ ଶେଷରେ କବାଟ ର ତାଲା ଭାଙ୍ଗି ଦେଖିବା ବେଳକୁ ପ୍ରେମାନନ୍ଦ ବେକରେ ଗାମୁଛା ବାନ୍ଧି ଝୁଲନ୍ତା ଅବସ୍ଥାରେ ରହିଥିଲେ । ସୂଚନା ପ୍ରକାରେ ପ୍ରେମାନନ୍ଦ କିଛି ବର୍ଷ ଧରି ଏହି ରେଷ୍ଟୁରାଣ୍ଟ ରେ କାମ କରୁଥିବାବେଳେ ଆଜିକୁ ୩ ଦିନ ତଳେ ସେ ନିଜ ଗାଁକୁ ଯିବେ ବୋଲି କହିଥିଲେ ହେଲେ ଆଜି ହଠାତ୍ ରେଷ୍ଟୁରାଣ୍ଟ ର ପାଇଖାନା ଭିତରୁ ତାଙ୍କର ଏଭଳି ଗଲିତ ମୃତଦେହ ଉଦ୍ଧାର ହୋଇଥିବାରୁ ହୋଟେଲ ର ସମସ୍ତ କର୍ମଚାରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘଟଣାର ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ବ୍ରହ୍ମପୁର ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ୍ ଆମ ଓଡିଶା ଖବର।
More Stories
ବାଲିପଦର ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ l
ବି.ନୁଆଁଗାଁରେ ସୃଷ୍ଟି ପବ୍ଲିକ ସ୍କୁଲ ଉଦଘାଟିତ
ସାରୁବନ୍ଧର ପୁନଃରୁଦ୍ଧାର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ