ଖୋର୍ଦ୍ଧା : (ଆମ ଓଡ଼ିଶା ଖବର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଭୀମପଡ଼ା ଠାରେ ଥିବା ଗିଭ୍ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ମହାଆଡମ୍ବରରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବୋଲଗଡ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ, ମୁଖ୍ୟବକ୍ତା ଭାବେ ଓଡଗାଁ ରଘୁନାଥ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମର ମଲ୍ଲିକ୍, ସମ୍ମାନନୀୟ ଅତିଥି ଭାବେ ସମବାୟବିତ୍ ଲଲାଟେନ୍ଦୁକେଶରୀ ସିଂହ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ଘରୋଇ ଶିକ୍ଷାନୁଷ୍ଠାନର ଭୂମିକା ସମାଜରେ ଗ୍ରହଣୀୟ ହୋଇପାରିଥିବାରୁ ଏଥିପାଇଁ ଅନୁଷ୍ଠାନମାନ ଗଢିତୋଳିଥିବା ବ୍ୟକ୍ତିବିଶେଷମାନଙ୍କୁ ଅତିଥିମାନେ ସାଧୁବାଦ ଜଣାଇଥିଲେ । ଏହି ବାର୍ଷିକ ଉତ୍ସବରେ ଉଚ୍ଚ ଶିକ୍ଷାପାଇଁ ଜିଲ୍ଲାସ୍ତରରେ ଏବଂ ବ୍ଲକ ସ୍ତରରେ କୃତୀତ୍ୱ ହାସଲ କରିଥିବା ମେଧାବୀ ଛାତ୍ର ଶ୍ରୀୟାଂସୁ ମହାପାତ୍ର, ସଞ୍ଚରିତା ସୁବୁଦ୍ଧି, ଶୁଭେନ୍ଦୁ ସାଗର ବରାଡ଼ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍କୁଲର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବାବେଳେ ସ୍କୁଲ ପରିଚାଳନା ସମ୍ପାଦକ ମହମ୍ମଦ ଆଜାଦ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷୟିତ୍ରୀ ପ୍ରମୋଦିନୀ ମହାପାତ୍ର, ମନସ୍ୱନୀ ମାନସିଂହ, ଭାରତୀ ସ୍ୱାଇଁ, ଶିକ୍ଷକ ପ୍ରବାସ ରଞ୍ଜନ ଷଡଙ୍ଗୀ, ସନାତନ ପରିଡ଼ା ମଞ୍ଚ ପରିଚାଳନାରେ ସହଯୋଗ କରିଥିବାବେଳେ ଉପାଧ୍ୟକ୍ଷ ପ୍ରିୟବ୍ରତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା
More Stories
ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳା ଅନୁଷ୍ଠିତ ।ଆଧ୍ଯାତ୍ମିକ ପ୍ରେରଣା ପାଠଚକ୍ରରୁ ହିଁ ମିଳିଥାଏ l
ସାମ୍ବାଦିକଙ୍କ ମାତୃ ବିୟୋଗ l
ବାଲୁଗାଁ ରେ ଖୋଲିଲା ସପିଙ୍ଗ ବଜାର l