ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l

ଗଞ୍ଜାମ: (ଆମ୍ ଓଡ଼ିଶା ଖବର)ଆସିକା : ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭଵନରେ 89 ତମ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଆଜି ପ୍ରାତଃ ସମୟରୁ ପାଞ୍ଚଶହ ଭଉଣୀ ଭାଇ ସେବାକେନ୍ଦ୍ରରେ ଉପସ୍ଥିତ ହୋଇ ବିଶ୍ଵଶାନ୍ତି ଉଦ୍ଦେଶ୍ଯରେ ସଙ୍ଗଠିତ ଯୋଗ ତପସ୍ୟାରେ ସମଗ୍ର ବିଶ୍ୱକୁ ଶାନ୍ତିର ଦାନ କରିଥିଲେ l ପୂର୍ବାହ୍ନରେ ଏହି ପରିପ୍ରେକ୍ଷୀରେ ଏକ ଆଧ୍ଯାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଆଲୋଚନା ଚକ୍ରରେ ଆସିକା ସୁଗାର ଇଣ୍ଡଷ୍ଟ୍ରୀର ପରିଚାଳନା ନିର୍ଦ୍ଦେଶକ ଡା ସୁଶାନ୍ତ କୁମାର ପଣ୍ଡା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବାବେଳେ, ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ଆସ୍କା ବାର ଆସୋସିଏସନର ସଭାପତି ସୁଧାଂଶୁ ପଣ୍ଡା, ବାର ଆସୋସିଏସନର ପ୍ରାକ୍ତନ ସଭାପତି ସୁରେନ୍ଦ୍ର ପଣ୍ଡା, ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା l ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଏହି ଅବସରରେ ସହର ବାସୀଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିବା ସହିତ ପ୍ରକାଶ କରିଥିଲେ ଯେ ପରମାତ୍ମା ପିତାଙ୍କ ସ୍ମୃତିରେ ହିଁ ଆତ୍ମ ଦୀପକ ଜାଗ୍ରତ ହୁଏ ଏବଂ ଶିବ ଜୟନ୍ତୀ ପରମାତ୍ମା ପିତାଙ୍କ ସହିତ ଆମର ଏହି ଅବିନାଶୀ ସମ୍ବନ୍ଧର ୟାଦଗାର ପର୍ବ l ପରମାତ୍ମା ପିତା ଙ୍କୁ ସ୍ମୃତିରେ ରଖି କାର୍ଯ୍ୟକଲେ ସଂକଳ୍ପ ଶକ୍ତି ସୁଦୃଢ ହେବା ସହ ସଫଳତା ହାସଲ କରିବା ସହଜ ହୁଏ ଏବଂ ଏଥିପାଇଁ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ଶିକ୍ଷା ଦିଆଯାଉଥିବା ରାଜଯୋଗ ଆଜି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଆତ୍ମାଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟତା କରୁଥିବା ପ୍ରକାଶ କରିଥିଲେ ସମସ୍ତ ଅତିଥି l କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥିଙ୍କ ଗହଣରେ ଶିବ ଧ୍ଵଜା ଉତ୍ତୋଳନ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଏହି ଅବସରରେ ସମସ୍ତଙ୍କୁ ପରମାତ୍ମା ପିତାଙ୍କ ଅବିନାଶୀ ସୁଖରେ ଭରପୁର ରହି ନିଜେ ସନ୍ତୁଷ୍ଟ ରହିବା ସହିତ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତିଜ୍ଞା କରାଇଥିଲେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ l
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର

error: Content is protected !!