କେଉଁଝର : (ଆମ ଓଡ଼ିଶା ଖବର ) କେଉଁଝର ଜିଲ୍ଲା ଘଟଗାଁ ବ୍ଲକ ସିଖ୍ୟାଧିନ ସାନ୍ତପୁର ସ୍ଥାନୀୟ ଜି. ପି. ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ବିଜ୍ଞାନ ଦିବସ୍ ପାଳନ କରାଯାଇଥିଲା । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ନିଜର ବିଜ୍ଞାନର କୌଶଳ ପଦର୍ଶନ କରିଥିଲେ ।ଏହି ଦିବସ ଟିରେ ସାନ୍ତରାପୁର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଶତପଥୀ ମୁଖ୍ୟ ଅତିଥି ଯୋଗଦେଇ ସଭାପତିତ୍ବ କରିଥିବା ବେଳେ ସ୍କୁଲର ବିଜ୍ଞାନ ଶିକ୍ଷକ ଟଙ୍କଧର ମହନ୍ତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ କୌଶଳ ସମ୍ବନ୍ଧୀୟ କୌଶଳ ବୁଝାଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ନୁସୁରିପଶି ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରତିମା ମିଶ୍ର ଯୋଗଦେଇ ପିଲାଙ୍କ ବିଜ୍ଞାନ ପ୍ରକଳ୍ପକୁ ପରିଦର୍ଶନ କରିଥିଲେ । ଜୀପି ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରିତାଞ୍ଜଳି ଚକ୍ରଙ୍କ ଅଧ୍ୟକ୍ଷତାରେ ପ୍ରଥମ ଓଡ଼ିଶା ଜିଲ୍ଲା ସଂଯୋଜକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ନାୟକ , ଶିକ୍ଷୟତ୍ରୀ ମିତାଞ୍ଜଳି କୁଣ୍ଡୁ , ପୁଷ୍ପାରାଣୀ ଭୂଇଁ , ଲକ୍ଷ୍ମୀପ୍ରିୟା ପତି , ସୁନୀତା ସାହୁ , ଶଶିରେଖ ସାହୁ , ରଜେଶ୍ୱରି ଜି , ବନଶ୍ରି ମହାରଣା , ନିଲେନ୍ଦ୍ରି ବେହୁରିଆ , ଶିକ୍ଷକ ଶିଶିର କୁମାର ବେହେରା , ସେକ ଆସରଫ ଅଲ୍ଲୀ ମିଳିତ ସହୋଯୋଗ କରିଥିଲେ । ବ୍ଲକ ସଂଯୋଯୋଗ ମନୋଜ କୁମାର ଦଳେଇ , ସୌମ୍ୟା ମହାନ୍ତି ପ୍ରମୁଖ ଯୋଗଦେଇ ବିଜ୍ଞାନ ଦିବସଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ ।ପରିଶେଷରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ସେହିପରି ନିକଟସ୍ଥ ଗଦାଧରପୁର ବିଦ୍ୟାଳୟର ଶିକ୍ଷୟତ୍ରୀ ଝୁନୁ ବରାଳ , ପାଙ୍କୋଜିନି ବେହେରା ଯୋଗଦେଇ ବିଜ୍ଞାନ ଦିବସକି ସୁଚାରୁରୂପେ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ବିଜ୍ଞାନ ସମ୍ବଧେୟ ଉପକରଣ ଧରି ପ୍ରଦର୍ଶନ କରାଇଥିଲେ ।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ


More Stories
ଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ ।
ସପ୍ତମ ରାଜସୁନାଖଳା ମହୋତ୍ସବ କାଉଁରୀ- ୨୦୨୫ ଉଦଘାଟିତ।
ବଡକୁଳ ଗ୍ରାମ ପଞ୍ଚାୟତ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l