ରିପୋର୍ଟର :ଶୁଭମ ପାଣି
ଢେଙ୍କନାଳ(ଆମ ଓଡ଼ିଶା ଖବର )ଢେଙ୍କାନାଳ ସହର କାଲ୍ଟାକ୍ସ ନିବାସୀ ପୂର୍ବତନ ବିଜେଡି ଟାଉନ୍ ସଭାପତି ବଳରାମ ସାହୁଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି । ତା.୦୬.୧୧.୧୯୬୨ରିଖରେ ଜନ୍ମଗ୍ରହଣ କରିଥିବା ସର୍ଗତ ସାହୁ ଚଳିତ ମାସ ୫ ତାରିଖରେ ମୃତ୍ୟୁବରଣ କରିଥିଲେ । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲା । ତାଙ୍କ ଏକାଦଶାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବରୁ ତାଙ୍କ ପତ୍ନୀ ନିରୂପମା ସାହୁ ଦେହ ତ୍ୟାଗ କରିଛନ୍ତି । ପୁତ୍ର ସହଦେବ ସାହୁ ଓ ବୋହୁ ଇତିଶ୍ରୀ ସାହୁ, ମହାଦେବ ସାହୁ, ନାତୁଣୀ ସାଇଶୃତି ସାହୁ, ସାଇ ଶ୍ରୀନିକା ସାହୁ, ବନ୍ଧୁ ଓ ପରିଜନମାନେ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ପରିଚାଳନା କରିଥିଲେ।
More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l