ରିପୋର୍ଟର :ଶୁଭମ ପାଣି
ଢେଙ୍କନାଳ(ଆମ ଓଡ଼ିଶା ଖବର )ଢେଙ୍କାନାଳ ସହର କାଲ୍ଟାକ୍ସ ନିବାସୀ ପୂର୍ବତନ ବିଜେଡି ଟାଉନ୍ ସଭାପତି ବଳରାମ ସାହୁଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି । ତା.୦୬.୧୧.୧୯୬୨ରିଖରେ ଜନ୍ମଗ୍ରହଣ କରିଥିବା ସର୍ଗତ ସାହୁ ଚଳିତ ମାସ ୫ ତାରିଖରେ ମୃତ୍ୟୁବରଣ କରିଥିଲେ । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲା । ତାଙ୍କ ଏକାଦଶାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବରୁ ତାଙ୍କ ପତ୍ନୀ ନିରୂପମା ସାହୁ ଦେହ ତ୍ୟାଗ କରିଛନ୍ତି । ପୁତ୍ର ସହଦେବ ସାହୁ ଓ ବୋହୁ ଇତିଶ୍ରୀ ସାହୁ, ମହାଦେବ ସାହୁ, ନାତୁଣୀ ସାଇଶୃତି ସାହୁ, ସାଇ ଶ୍ରୀନିକା ସାହୁ, ବନ୍ଧୁ ଓ ପରିଜନମାନେ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ପରିଚାଳନା କରିଥିଲେ।


More Stories
ବ୍ଲକ ସ୍ତରୀୟ ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ l
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l