ରିପୋର୍ଟର – ଶୁଭମ ପାଣି
ଢେଙ୍କନାଳ(ଆମ ଓଡ଼ିଶା ଖବର )ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ନାଗିଆପଶି ଗ୍ରାମପଂଚାୟତର ୧ନଂ ୱାର୍ଡର ଠାକୁର ଘରର ଉନ୍ନତି କରଣ ପାଇଁ ୱାର୍ଡ ମେମ୍ବର ପାର୍ବତୀ ସେଠୀ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କୁ ଲିଖୂତ ଭାବେ ଜଣାଇଛନ୍ତି। ପ୍ରକାଶ ଯେ, ନାଗିଆପଶି ଗ୍ରାମପଂଚାୟତକୁ ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ଅର୍ଥ ମଞ୍ଜୁର କରାଯାଇଅଛି । ଯାହାକି ଉକ୍ତ ଅର୍ଥରେ କୌଣସି ଉନ୍ନତମୂଳକ କାର୍ଯ୍ୟ ହୋଇପାରୁନାହିଁ। ଏହି ଅର୍ଥରେ ୧ ନଂ ୱାର୍ଡ ଠାକୁରଘରର ଉନ୍ନତିକରଣ ନିମନ୍ତେ ଅର୍ଥକୁ ବିନିଯୋଗ କରିବା ପାଇଁ ୱାର୍ଡ ବାସୀନ୍ଦା ଦାବୀ ଜଣାଇଛନ୍ତି । ଯଦି ଏହା ନହୁଏ ତେବେ ପଂଚାୟତରେ ଅନ୍ୟ କୌଣସି ଉନ୍ନତିମୂଳକ କାର୍ଯ୍ୟ ନହେବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏହି ଅଭିଯୋଗପତ୍ର ପ୍ରଦାନ ବେଳେ ପରିବାର କଲ୍ୟାଣ କେନ୍ଦ୍ର ତଥା ସୌନ୍ଦର୍ଯ୍ୟ ସେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ସ୍ମିତାରାଣୀ ସାମଲ, ୱାର୍ଡ ମେମ୍ବର ପାର୍ବତୀ ସେଠୀଙ୍କ ବ୍ୟତୀତ ଚନ୍ଦନ ବେହେରା, ସୁରଥ ସେଠୀ, ଜିତେନ୍ଦ୍ର ବେହେରା, ମହାଦେବ ପଧାନ, ସନ୍ତୋଷ ବିନ୍ଧାଣୀ ଓ ସ୍ମୃତି ରଞ୍ଜନ ସେଠୀଙ୍କ ସମେତ ବହୁ ସାହି ବାସିନ୍ଦା ଉପସ୍ଥିତ ଥିଲେ ।


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l