ମାଁ ଠାକୁରାଣୀ କ୍ରିକେଟ ଚାମ୍ପିଅନ ଟ୍ରଫି ଉଦଘାଟିତ , ମାଝିଗୁଡା କ୍ରିକେଟ କ୍ଳବ୍ ବିଜୟୀ ।

ଧର୍ମଗଡ଼ ( ଆମ ଓଡ଼ିଶା ଖବର)  ଧର୍ମଗଡ଼ ବ୍ଲକ୍ ଛଞ୍ଚାଣବାହାଲି  ଖେଳ ପଡିଆ ଠାରେ ମାଁ ଠାକୁରାଣୀ ଚାମ୍ପିଅନ ଟ୍ରଫି କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି । ଛଞ୍ଚାଣ ଵାହାଳୀ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଛଞ୍ଚାଣ ଵାହାଳି ଗ୍ରାମ ପୁଝାରୀ ଶଙ୍କର ନାଏକ ଯୋଗ ଦେଇ ଉଦଘାଟନ କରିଥିଲେ ।  ସମ୍ମାନିତ ଅତିଥି ଭାବେ ଗାଁ ଗୌନ୍ତିଆ ମୁକ୍ତେଶ୍ଵର ଭଇସାଲ୍, ସମାଜସେବୀ ପଙ୍କଜ ଗୋପାଲ,ପବିତ୍ର ନାଗ,ରାବଣ ଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଭଇସାଲ୍ , ପୁସ୍ତମ ରଣା, ଜଗସ୍ୟାମ ଗୋପାଲ ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚ ମାଝିଗୁଡ଼ା ଓ ବୋଡ଼େନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୋଡ଼େନ ଦଳ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୬ ୱିକେଟ ହରାଇ ୭୬ରନ ସଂଗ୍ରହ କରିଥିଲା । ୭୭ରନ ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ମାଝିଗୁଦା ଦଳ ୮ଓଭର ରେ ଗୋଟିଏ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ ।  ବିଜେତା ଟିମ୍ ର ବ୍ୟାଟ୍ସମ୍ୟାନ ଟିଙ୍କୁ  ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଆମ୍ପାୟର ଭାବେ ନୀଳାମ୍ବର ସୁନାନି ଓ ରୋହିତ ଭଇସାଲ ଖେଳ ପରିଚାଳନା କରିଥିବା ବେଳେ ବିପିନ ଭାଇସାଲ ସ୍କୋରର, ଭାସ୍ୟକାର ଭାବେ ରୋମାଞ୍ଚାଲ ଗୋପାଲ,ଧରଣୀଧର ଭଇଶାଲ ଦାୟିତ୍ଵ ତୁଲାଇଥିଲେ । ରାଜେଶ୍ ନାଗ, ଡିଙ୍ଗର୍ ବଛା,ଗୋଲାପ ଚନ୍ଦ୍ର ବାଗ ତଥା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

error: Content is protected !!