ଅଙ୍ଗାରଗାଁ ପ୍ରିମିୟର ଲିଗ ଫାଇନାଲ, କ୍ରେଜି ଇଲେଭେନ ଚମ୍ପିୟାନ  l

ରିପୋର୍ଟ :ଦେବାଶିଶି 

ବେଗୁନିଆପଡା, (ଆମ ଓଡ଼ିଶା ଖବର )ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ଅଙ୍ଗାରଗାଁ ପ୍ରିମିୟର ଲିଗ ର ଆଜି ଥିଲା ଅନ୍ତିମ ମ୍ୟାଚ | ଗତ 25 ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ରେ ଆଖ ପାଖ ଅଞ୍ଚଳରୁ ଚାରିଟା ଟିମ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚରେ କ୍ରେଜି ଇଲେଭେନ ସହ କ୍ରିଷ୍ଣା କନହେୟା ସିଟି ମଧ୍ୟରେ କଡା ମୁକାବିଲା ହୋଇଥିଲା | ତେବେ ଫାଇନାଲ ମ୍ୟାଚରେ କ୍ରେଜି ଇଲେଭେନ ନିଜ ଦମଦାର ଖେଳ ପ୍ରଦର୍ଶନ କରି ବିଜୟ ଲାଭ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି | କ୍ରିଷ୍ଣା କନହେୟା ସିଟି ଦଳ ରନର ଅପ ରେ ସନ୍ତୁଷ୍ଟ ରହିଛି |ମ୍ୟାନ ଅଫ ଦ ମ୍ୟାଚ ଭାବେ ବିକାଶ ଦାଶ ଏଵଂ ମ୍ୟାନ ଅଫ ଦ ସିରିଜ ଭାବେ ଚିନୁ ସେଠୀ ପୁରସ୍କୃତ ହୋଇଥିବା ବେଳେ ଫାଇନାଲ ରେ ବିଜୟୀ ଲାଭ କରିଥିବା କ୍ରେଜି ଇଲେଭେନ ଦଳ ତରଫରୁ ଏହି ଟିମ ର ମାଲିକ ରୂପକ ସାହୁ ବେଶ ଖୁସି ବ୍ୟକ୍ତ କରିଛନ୍ତି | ଏହି ଫାଇନାଲ ମ୍ୟାଚ ରେ ଅତିଥି ଭାବେ ସମାଜସେବୀ ପୁର୍ଣ ଚନ୍ଦ୍ର ବେହେରା, ପ୍ରଶାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ |

error: Content is protected !!