ମର୍ଦ୍ଦକୋଟ – ଝରନଈ ପିଚୁ ରାସ୍ତା ନିର୍ମାଣ କାର୍ଯ୍ଯକୁ ଉପଯୁକ୍ତ ଗୁଣବତ୍ତା ଅନୁସାରେ କାମ କରିବାକୁ ଦାବି

ରିପୋର୍ଟ :ଦେବାଶିଷ ମହାରଣା

କୋଦଳା,(ଆମ ଓଡିଶା ଖବର):
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦକୋଟ ଠାରୁ ଝରନଈ ପିଚୁ ରାସ୍ତା କାମ ଚାଲୁ ରହିଥିବା ବେଳେ ଏହି କାର୍ଯ୍ଯ ଉପଯୁକ୍ତ ଗୁଣବତ୍ତା ଅନୁସାରେ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଶନିବାର ଏନେଇ ବହୁ ସ୍ଥାନୀୟ ବାସିନ୍ଦା କାର୍ଯ୍ଯ ସ୍ଥଳକୁ ଯାଇ କାମ ଅନୁଧ୍ୟାନ କରିଛନ୍ତି। ସଠିକ୍ ମାତ୍ରାରେ ଗୋଡି, ପିଚୁ, ବଜୁରୀ ଉପଯୋଗ କରି ସରକାରଙ୍କ ନିୟମ ଅନୁଯାୟୀ କାମ କରିବାକୁ ପ୍ରଶାସନକୁ ଅବଗତ କରାଇଛନ୍ତି ଗ୍ରାମବାସୀ। ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ଯ କିପରି ଦୀର୍ଘ ସ୍ଥାୟୀ ହୋଇ ପାରିବ ସେ ନେଇ ଗ୍ରାମବାସୀ ଦାବି କରିଛନ୍ତି ।ସୂଚନା ଅନୁସାରେ ବିଗତ ଦିନରେ ଏଠାରେ ପିଚୁ ରାସ୍ତା ନିର୍ମାଣ ହୋଇଥିବା ବେଳେ କମ୍ ଦିନରେ ରାସ୍ତାଟି ଖରାପ ହୋଇ ଯାଇଥିଲା। ଏଣୁ ବର୍ତ୍ତମାନ କିପରି ଭଲ କାମ ହେବ ସେ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ସ୍ଥାନୀୟ ଲୋକେ। ବିଭାଗୀୟ ଯନ୍ତ୍ରୀ ଗଂଗାରାମ ଟୁଡୁ ରାସ୍ତା ନିର୍ମାଣ କାର୍ଯ୍ଯ ସ୍ଥଳକୁ ଯାଇ ତଦାରଖ କରିଛନ୍ତି। ଠିକାଦାରଙ୍କ ସହ ମଧ୍ୟ ଉପଯୁକ୍ତ ମାନରେ କାର୍ଯ୍ଯ କରିବା ପାଇଁ ଆଲୋଚନା କରିଛନ୍ତି ଯନ୍ତ୍ରୀ ଶ୍ରୀ ଟୁଡୁ। ଯଦି ଆଗାମୀ ଦିନରେ ଉପଯୁକ୍ତ ଗୁଣବତ୍ତା ରେ ଏହି ପିଚୁ ରାସ୍ତା କାର୍ଯ୍ୟ କରା ନଯାଏ ତେବେ ଯୁବ ଗୋଷ୍ଠି ଆନ୍ଦୋଳନକୁ ଓଲ୍ହାଇବେ କହିଛନ୍ତି ସ୍ଥାନୀୟ ଅଞ୍ଚଳର ଯୁବନେତା ସଞ୍ଜୟ ଘୋଷ ଙ୍କ ସମେତ ଅନ୍ୟମାନେ |

error: Content is protected !!