ରିପୋର୍ଟ :ଦେବାଶିଷ ମହାରଣା
କୋଦଳା, (ଆମ ଓଡିଶା ଖବର):ରାଜ୍ୟର ବିଭିନ୍ନ ବାର ଆସୋସିଏସନ ରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ସାତ ଟା ସମୟରୁ ସୁରୁଖୁରୁରେ ଚାଲିଛି ମତଦାନ। ସେହିପରି କୋଦଳା ବାର ଆସୋସିଏସନ ର ବିଭିନ୍ନ ପଦ ନିମନ୍ତେ ହେଉଛି ଏହି ନିର୍ବାଚନ। ତେବେ ଏହି ବାର ଆସୋସିଏସନ ର ସଭାପତି ଭାବେ ପୁର୍ଣ ଚନ୍ଦ୍ର ମିଶ୍ର,ଉପ ସଭାପତି ଅବନୀ ଶଙ୍କର ମିଶ୍ର, ଯୁଗ୍ମ ସମ୍ପାଦକ ଭାବେ ଭାସ୍କର ସ୍ୱାଇଁ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବେ ବେଳେ ସମ୍ପାଦକ ପଦବୀ ପାଈଁ ସନ୍ୟାସୀ ସାହୁ, ଗୋପାଳ କୃଷ୍ଣ ସାହୁ ପ୍ରତିଦ୍ବନ୍ଦୀତା କରୁଥିବା ଜଣା ପଡିଛି | ଖବର ଲେଖା ଯିବା ସୁଦ୍ଧା ଆଇନଜୀବି ମାନେ ନିଜ ନିଜର ମତଦାନ ସାବ୍ୟସ୍ତ କରୁଥିବା ବେଳେ ଅପରାହ୍ନ ଚାରିଟା ସମୟରେ ଫଳାଫଳ ବାହାରିବା ନେଇ ସୂଚନା ମିଳିଛି |


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l