ଲଗାତର ତୃତୀୟ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର
ରିପୋର୍ଟ :ଦେବାଶିଷ ମହାରଣା
କୋଦଳା (ଆମ ଓଡିଶା ଖବର):
ରାଜ୍ଯରେ ଆଜି ସମସ୍ତ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା କୋଦଳା ଓକିଲ ସଂଘ ନିର୍ବାଚନ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ସକାଳ ୭ ଘଣ୍ଟା ଠାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ ଘଣ୍ଟା ସମୟରେ ଶେଷ ହୋଇଥିଲା। ଏଥିରେ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପ ସଭାପତି ଅବନୀ ଶଂକର ମିଶ୍ର, ଯୁଗ୍ମ ସଂପାଦକ ଭାବେ ଭାସ୍କର ସ୍ବାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସଂପାଦକ ପଦବୀ ଗୋପାଳକୃଷ୍ଣ ସାହୁ ଓ ସନ୍ଯାସୀ ସାହୁଙ୍କ ମଧ୍ଯରେ ପ୍ରତିଦ୍ବନ୍ଦିତା ହୋଇଥିଲା। ଏଥିରେ ଗୋପାଳକୃଷ୍ଣ ସାହୁ ବିଜୟୀ ହୋଇଥିବା ସୂଚନା ମିଳିଛି। ମୋଟ ୪୩ ଜଣ ଆଇନଜୀବୀ ଭୋଟଦାନ କରିଥିବା ବେଳେ ଏଥିରୁ ଜଣଙ୍କ ଭୋଟ ନାକଚ ହୋଇଥିଲା। ଗୋପାଳକୃଷ୍ଣ ସାହୁ ୨୬ ଟି ଭୋଟ ପାଇଥିବା ବେଳେ ସନ୍ଯାସୀ ସାହୁ ୧୬ ଟି ଭୋଟ ପାଇଥିଲେ। ଫଳରେ ଅଧିକ ଭୋଟ ପାଇ ଗୋପାଳକୃଷ୍ଣ ସାହୁ ସଂପାଦକ ଭାବେ ବିଜୟୀ ହୋଇଛନ୍ତି। ଫଳାଫଳ ଘୋଷଣା ପରେ ସଂପାଦକଙ୍କ ସହ ସମସ୍ତ ନିର୍ବାଚିତ କର୍ମକର୍ତ୍ତାକୁଂ ଫୁଲମାଳ ପିନ୍ଧାଇ ସ୍ବାଗତ କରିଥିଲେ ଆଇନଜୀବୀ। ତେବେ ଆଗାମୀ ଦିନରେ ଏହି ବାର ରେ ଥିବା ବିଭିନ୍ନ ସମସ୍ୟାର ସାମଧାନ କରିବା ପାଈଁ ସମସ୍ତ ଆଇନଜୀବି ମାନଙ୍କ ସହଯୋଗ ଲୋଡିଛନ୍ତି ନବ ନିର୍ବାଚିତ କର୍ମକର୍ତ୍ତା | ପୂର୍ବରୁ ଏହି ବାରରେ ବେଗୁନିଆପଡା ବ୍ଲକ ର ଛଅ ଟି ପଞ୍ଚାୟତ ଅନ୍ତର୍ଭୁକ୍ତି ଥିବା ବେଳେ ଅନ୍ୟ ସତର ଟି ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରିବା ପାଈଁ ଚେଷ୍ଟା ଜାରୀ ରଖିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ମହିଳା ଆଇନଜୀବି ମୀରାବାଈ ଦେଓ |


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l