ପୁର୍ବତଟ ରେଳବାଇର କଟକ ମଙ୍ଗୁଳି ଷ୍ଟେସନ ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇ ଅଘଟଣ ଘଟିଛି। ୧୧ ଟି ବଗି ଲାଇନଚ୍ୟୁତ ହୋଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି। ଟ୍ରେନଟି ବେଙ୍ଗାଳୁରୁରୁ ଗୁଆହାଟୀ ଯାଉଥିବା ସମୟରେ ଘଟଣାଟି ଘଟିଛି। ସଠିକ୍ କ୍ଷୟକ୍ଷତିର ସୂଚନା ନାହିଁ। ବିଶେଷ ସୁତ୍ରରୁ ଖବର ମିଳିଛି ଟ୍ରେନ ଦୁର୍ଘଟଣା ଜଣେ ମୃତ। କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତରେ ୧୧ ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି। ଜଣେ ଯାତ୍ରୀଙ୍କ ମୃତ୍ୟୁ ସୂଚନା ସହିତ କିଛି ଯାତ୍ରୀ ଆହତ ହୋଇଛନ୍ତି। ରେଳବାଇ ତଦାରଖରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସେହି ପରିପ୍ରେକ୍ଷୀରେ,
ହେଲ୍ପଲାଇନ୍ ନମ୍ବର ଜାରି କରିଛି ଇଷ୍ଟକୋଷ୍ଟ ରେଲୱେ। କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮, କଟକ ପାଇଁ ମୋବାଇଲ୍ ନଂ- ୭୨୦୫୧୪୯୫୯୧ ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା ରହିଛି। ହେଲ୍ପ ଡେସ୍କ ପାଇଁ, ୮୧୧୪୩୮୨୩୭୧ ନଂ ଜାରି, ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫
ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନଂ- ୯୪୩୭୪୪୩୪୬୯।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡିଶା ଖବର।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।