ଶିକ୍ଷା ବିକାଶର ଚାବିକାଠି ଓ ଜୀବନର ମାନଦଣ୍ଡ
ଖୋର୍ଦ୍ଧା:୨୮/୩ (ଆମ ଓଡ଼ିଶା ଖବର)ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ବୋଲଗଡ ଗ୍ରାମ ପଞ୍ଚାୟତ ରାମପୁର ଗ୍ରାମ ସ୍ଥିତ ରାମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁଙ୍କ ସଭାପତିତ୍ୱରେ ଓ ରାମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଶୁକ୍ରବାର ଦିନ ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଏହି ବାର୍ଷିକ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବୋଲଗଡ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ମୁଖ୍ୟ ବକ୍ତାଭାବେ ଜିଲ୍ଲାପରିଷଦ ସଭ୍ୟା ସୁନନ୍ଦିତା ସାହୁ, ସମ୍ମାନିତ ଅତିଥିଭାବେ ବୋଲଗଡ ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଅମିତା ମିଶ୍ର, ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ, ବୋଲଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ସାହୁ, ସମିତି ସଭ୍ୟା ନିର୍ମଳା ପ୍ରଧାନ, ସାମ୍ବାଦିକ କାର୍ତ୍ତିକ ସ୍ୱାଇଁ, ସ୍କୁଲ ପରିଚାଳନା କମିଟି ସଭାପତି ବ୍ରହ୍ମଚାରି ରାଉତରାୟ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ, ଧୂପ ଦୀପ ଦେଇ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଉତ୍ସବର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ମନମୋହନ କହଲସିଂହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଶିକ୍ଷକ ତ୍ରିନାଥ ଜେନା ବାର୍ଷିକ ବିବରଣୀ ପଠନ କରିଥିଲେ l କୃତୀ ଛାତ୍ର ଛାତ୍ରୀମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପୁରସ୍କାର ସ୍ୱରୂପ ପ୍ରମାଣ ପତ୍ର ଟ୍ରଫି ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷୟିତ୍ରୀ ମୋନାଲିସା ସାହୁ, ରୋଜାଲିନି ମହାପାତ୍ର ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ଶିକ୍ଷା ବିକାଶର ଚାବିକାଠି ଓ ଜୀବନର ମାନଦଣ୍ଡ ହୋଇଥିବାରୁ ପ୍ରତ୍ୟେକ ଛାତ୍ର ଛାତ୍ରୀମାନେ ଶିକ୍ଷା ଅଧ୍ୟୟନ ସମୟରେ କଠିନ ପରିଶ୍ରମ କରିବା ସହିତ ବିଦ୍ୟାଳୟକୁ ନିୟମିତ ଆସିବେ ଏବଂ ପିତା,ମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରତିଦିନ ମୁଣ୍ଡିଆ ମାରି ଭକ୍ତିକରିବାକୁ ମୁଖ୍ୟ ଅତିଥି ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ କରିବା ପାଇଁ ଶ୍ରୀ ବଳବନ୍ତରାୟ ଅନୁରୋଧ କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା l ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବାଲ୍ୟ ବିବାହ ଉଛେଦ ଉପରେ ଏକ ସାମାଜିକ ସଚେତନତା ଉପରେ ଏକ ଛୋଟ ନାଟକ ପରିବେଷଣ କରିଥିଲ l ଶେଷରେ ଶିକ୍ଷୟିତ୍ରୀ ରୋଜାଲିନି ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
More Stories
୧.୯୮ କୋଟି ବ୍ୟୟର ନୂତନ ରାସ୍ତାର ଉଦଘାଟନ କଲେ ସାଂସଦ ।
ସାମ୍ବାଦିକ ସମ୍ମିଳନୀର ଆୟୋଜକ ଥିଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କର୍ମୀ।
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଯୋଗ କର୍ମଶାଳା ଆୟୋଜିତ ।