ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ପିଡବ୍ଲୁଡି ବିଭାଗ ପକ୍ଷରୁ କାର୍ଯ୍ୟ ଚାଲୁ ରହିଥିବା ବେଳେ ରାସ୍ତା ଉପରେ ବୁଦ୍ୟୁତ ଖୁଣ୍ଟ ଥିବାକୁ ନେଇ ରାସ୍ତା କାର୍ଯ୍ୟ ପ୍ରଭାବିତ ହୋଇଥିବା ଦେଖା ଦେଇଛି | ସୂଚନା ପ୍ରକାରେ ବେଗୁନିଆପଡା ଠାରୁ ଅଙ୍ଗାରଗାଁ ମୁଖ୍ୟ ରାସ୍ତାର ଏସ.ଛଚିନା ଠାରେ ରାସ୍ତା ଉପରେ ଏକ ବିଦ୍ୟୁତ ଖୁଣ୍ଟ ଥିବାରୁ ପିଡବ୍ଲୁଡି ରାସ୍ତା କାର୍ଯ୍ୟ ଆଗକୁ ଯାଇ ପାରୁନଥିବା ଦେଖା ଦେଇଛି | ଏ ନେଇ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରେ ସେ ତୁରନ୍ତ ଉକ୍ତ ଖୁଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି | ତେବେ ଏହି ରାସ୍ତାଟି ଚନ୍ଦନପୁର କୁ ସଂଯୋଗ କରୁଥିବାରୁ ବୁଲାଣି ଜାଗାରେ ଦୁର୍ଘଟଣା ହେବାର ମଧ୍ୟ ଆଶଙ୍କା ଦେଖା ଦେଇଛି | ତେଣୁ ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଏହି ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବୀ ହୋଇଛି |


More Stories
ଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ ।
ସପ୍ତମ ରାଜସୁନାଖଳା ମହୋତ୍ସବ କାଉଁରୀ- ୨୦୨୫ ଉଦଘାଟିତ।
ବଡକୁଳ ଗ୍ରାମ ପଞ୍ଚାୟତ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l