ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ପିଡବ୍ଲୁଡି ବିଭାଗ ପକ୍ଷରୁ କାର୍ଯ୍ୟ ଚାଲୁ ରହିଥିବା ବେଳେ ରାସ୍ତା ଉପରେ ବୁଦ୍ୟୁତ ଖୁଣ୍ଟ ଥିବାକୁ ନେଇ ରାସ୍ତା କାର୍ଯ୍ୟ ପ୍ରଭାବିତ ହୋଇଥିବା ଦେଖା ଦେଇଛି | ସୂଚନା ପ୍ରକାରେ ବେଗୁନିଆପଡା ଠାରୁ ଅଙ୍ଗାରଗାଁ ମୁଖ୍ୟ ରାସ୍ତାର ଏସ.ଛଚିନା ଠାରେ ରାସ୍ତା ଉପରେ ଏକ ବିଦ୍ୟୁତ ଖୁଣ୍ଟ ଥିବାରୁ ପିଡବ୍ଲୁଡି ରାସ୍ତା କାର୍ଯ୍ୟ ଆଗକୁ ଯାଇ ପାରୁନଥିବା ଦେଖା ଦେଇଛି | ଏ ନେଇ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରେ ସେ ତୁରନ୍ତ ଉକ୍ତ ଖୁଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି | ତେବେ ଏହି ରାସ୍ତାଟି ଚନ୍ଦନପୁର କୁ ସଂଯୋଗ କରୁଥିବାରୁ ବୁଲାଣି ଜାଗାରେ ଦୁର୍ଘଟଣା ହେବାର ମଧ୍ୟ ଆଶଙ୍କା ଦେଖା ଦେଇଛି | ତେଣୁ ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଏହି ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବୀ ହୋଇଛି |


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।