“ସପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପୋଷାକ ପରିଧାନ ପlଇଁ ଜିଲ୍ଲାପାଳ ଙ୍କ ନିଷ୍ପତ୍ତି “
ରାୟଗଡ:- (ଆମ ଓଡିଶା ଖବର )ତା. ୩/୦୪- ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବରେ ପାଳିତ ହୋଇଯାଇଛି l ଆଜି ସମସ୍ତ କର୍ମଚାରୀ ମlନେ ହସ୍ତତନ୍ତ ବୁଣା ପୋଷାକ ପରିଧାନ କରି କାର୍ଯ୍ୟରେ ଯୋଗଦାନ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନୟାକଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ଚିନ୍ତନ କକ୍ଷରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ,ଶ୍ରୀ ନିହାର ରଞ୍ଜନ କହଁର ଯୋଗଦେଇ ପାରମ୍ପରିକ ପୋଷାକ ପରିଧାନ ଓ ବୁଣାକାର ମାନଙ୍କ ଜୀବନ ଧାରଣଲାର ମାନ ବୃଦ୍ଧି କରିବାସହ ଆଞ୍ଚଳିକ ପରିଚୟ ପରିପ୍ରକାଶ କରୁଥିବା ପ୍ରକାଶ କରିଥିଲେ l
ସେହିପରି ସମ୍ମନିତ ଅତିଥି ଭାବରେ ଜିଏମ ଡ଼ିଅlଇସି, ରାୟଗଡ ଏବଂ ସହ ନିର୍ଦେଶକ, ହସ୍ତତନ୍ତ ବିଭାଗ, ରାୟଗଡ଼, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବସନ୍ତ କୁମାର ପ୍ରଧାନ ସରକାରଙ୍କ ବିସ୍ତୃତ୍ୱ ଭାବରେ ସରକାରଙ୍କ ଉଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ l
ଜିଲ୍ଲାସଂକୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏହି ବୈଠକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ,କର୍ମଚାରୀ ଉପସ୍ଥିତ ଥିଲେ ଲା
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।