ରାୟଗଡ ଜିଲ୍ଲା :-(ଆମ ଓଡିଶା ଖବର )ଓଡିଆ ପକ୍ଷ ପାଳନ ଅବସରରେ ଆଜ
ତା.୦୨.୦୪.୨୦୨୫ ରିଖ ବୁଧବାର କୁ ଖଡିଛୁଆଁ ଦିବସ ପାଳନ ନିମନ୍ତେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପତ୍ର ସଂଖ୍ୟା. ୨୦୬୧, ତା ୨୮.୦୩.୨୦୨୫ ରିଖ ନିର୍ଦେଶନାମାନୁଯାୟୀ ରାୟଗଡ଼ ଜିଲ୍ଲାର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ରାୟଗଡ଼ ଠାରେ ଜିଲ୍ଲାପାଳ, ରାୟଗଡ଼,ଶ୍ରୀମତୀ ପାରୁଲ ପାଟାୱାରୀ ମୁଖ୍ୟ ଅତିଥି ଭlବରେ ଯୋଗଦାନ କରି ଶୁଭାରମ୍ଭ କରିଥିଲେ l ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରମା ଚନ୍ଦ୍ର ନାହାକଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଖଡିଛୁଆଁ ଦିବସ ପାଳନ ହୋଇଯାଇଛି । ଶିଶୁବାଟିକା ସ୍ତରରେ ୧୩ ଜଣ ନୂତନ ଛାତ୍ରଛାତ୍ରୀ ଙ୍କୁ ଖଡିଛୁଆଁ କରାଯାଇ ଶିଶୁବାଟିକା କିଟ ପ୍ରଦାନ କରଯାଇଥିଲା । ତତ୍ପରେ ଜିଲ୍ଲାପାଳ ମହୋଦୟା ଶିକ୍ଷା ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ସଚେତନତା ରଥ ଟି ତା.୦୨.୦୪.୨୦୨୫ ରିଖ ରୁ ଆରମ୍ଭ ହୋଇ ତା.୦୫.୦୪.୨୦୨୫ ରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ବିଦ୍ୟାଳୟରେ ନାମଲେଖା ନିମନ୍ତେ ବାର୍ତ୍ତା ପ୍ରଚାର କରିବ । ସେହିପରି ପ୍ରତ୍ୟେକ ବ୍ଲକରେ ସଚେତନତା ରଥ ପରିକ୍ରମା କରିବ lଏହାପରେ ଜିଲ୍ଲାପାଳ ମହୋଦୟା ବାରିଝୋଲା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭ୍ରମଣ କରି ଛାତ୍ରଛାତ୍ରୀ ଙ୍କ ନାମଲେଖା1 କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ରାୟଗଡ ଜିଲ୍ଲାରେ ସମୁଦାୟ ୧୧୧୯ ଟି ବିଦ୍ୟାଳୟ ର ଶିଶୁବାଟିକା ସ୍ତରରେ ୧୧୮୨ ଓ ପ୍ରଥମ ଶ୍ରେଣୀରେ ୭୮୪୩ ଛାତ୍ରଛାତ୍ରୀ ଙ୍କୁ ନାମଲେଖା ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମ ର ତଦାରଖ ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ଵ ଦିଆଯାଇଛି । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜଲାଲ ମାଝୀ,, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଶ୍ରୀ ଛବିଲାଲ ସିଂ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଓ ଆଦିବାସୀ ଶିକ୍ଷା ସଂଯୋଜକ ଉପସ୍ଥିତ ରହିଥିଲେ ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।